Wednesday , May 31 2023
Home / ବିଶେଷ / ଚିତ୍ରୋତ୍ପଳା ନଦୀରେ ବୁଡ଼ି ନିଖୋଜ ଛାତ୍ରଙ୍କ ଶବ ଉଦ୍ଧାର (ଫଲୋଅପ୍)

ଚିତ୍ରୋତ୍ପଳା ନଦୀରେ ବୁଡ଼ି ନିଖୋଜ ଛାତ୍ରଙ୍କ ଶବ ଉଦ୍ଧାର (ଫଲୋଅପ୍)

ଗରଦପୁର, ୧୨/୧୧/୨୦୨୨(ଓଡ଼ିଶା ସମାଚାର)- ଗତକାଲି ଚିତ୍ରୋତ୍ପଳା ନଦୀରେ କଲେଜ ଛାତ୍ର ଓମ ପ୍ରକାଶ ସାହୁ (୧୬) ଗଭୀର ଜଳରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ମଧ୍ୟାହ୍ନରୁ ରାତି ପର୍ଯ୍ୟନ୍ତ ଅନ୍ନୀଶମ ବାହିନୀ ନଦୀରେ ଖୋଜା ଖୋଜି କରି ମଧ୍ୟ ତାଙ୍କୁ ପାଇନଥିଲେ । ଆଜି ସକାଳେ ଓମପ୍ରକାଶ ଙ୍କ ମୃତ ଦେହ ଚିତ୍ରୋତ୍ପଳା ନଦୀରେ ଭାସୁଥିବା ଦେଖାଯାଇଥିଲା । କଳାବୁଦା ରେ ତାଙ୍କ ଶବକୁ ଉଦ୍ଧାର କରାଯାଇ ପୋଲିସ କୁ ଖବର ଦିଆଯାଇଥିଲା । ପାଟକୁରା ଥାନା ପୋଲିସ ପହଂଚି ଶବ ର ପଂଚନାମା କରିବା ସହିତ ବ୍ୟବଛେଦ ପାଇଁ କେନ୍ଦ୍ରାପଡ଼ା ପଠାଇଥିଲେ । ଏ ସମ୍ପର୍କରେ ପାଟକୁରା ଥାନାରେ ଏକ ଅପ ମୃତ୍ୟୁ ମାମଲା ରୁଜୁ ହୋଇଛି । ଓମପ୍ରକାଶ ତାଙ୍କ ବାପ ମା ଙ୍କର ଏକ ମାତ୍ର ପୁତ୍ର ସନ୍ତାନ ହୋଇଥିବାରୁ ପରିବାରରେ କାନ୍ଦ ବୋବାଳି ପଡ଼ିଥିଲା । ଓମପ୍ରକାଶ ଙ୍କ ଅପମୃତ୍ୟୁ ପାଇଁ କଳାବୁଦା ଅଂଚଳରେ ଶୋକ ର ଛାୟା ଖେଳିଯାଇଛି । ଏହି ଦୁଃଖଦ ଖବର ପାଇ ତାଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ସ୍ଥାନୀୟ ସରପଂଚ ପ୍ରଜ୍ଞା ପ୍ରିୟଦର୍ଶିନୀ ଦାସ , ବିଧାୟକଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲା, ତଳକୁସୁମା ସରପଂଚ ପ୍ରଭାତ ନଳିନୀ ଜେନା, ପୂର୍ବତନ ସରପଂଚ ଅଶୋକ କୁମାର ଜେନା, ପୂର୍ବତନ ସରପଂଚ ପ୍ରକାଶ ଚନ୍ଦ୍ର ସାହୁଙ୍କ ସମେତ ପୂର୍ବତନ ଜିଲା ପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.