ବଖାଣିଲେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ର ମହାନତା
ମାହାଙ୍ଗା, ୧୨/୧୧/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା)-ଉତ୍କଳୀୟ ନୌବାଣିଜ୍ୟର ପରମ୍ପରା ଓ ଏହାର କୀର୍ତ୍ତିମାନ ଐତିହ୍ୟ ଚିର ଅମଳିନ ବୋଲି ଗାନ୍ଧୀ ଛକ ବଜାର କମିଟି କଲ୍ୟାଣପୁର ଠାରେ ଆନୁକୂଲ୍ୟରେ ଅନୁଷ୍ଠିତ ସାଂସ୍କୃତିକ ଉତ୍ସବରେ ଯୋଗଦେଇଥିବା ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସାହିତ୍ୟିକ ତଥା ବଜାର କମିଟି ସଭାପତି ଅଖିଳେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ରବୀନ୍ଦ୍ର ନାଥ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ଶ୍ରୀ ଦାସ କହିଲେ ଗ୍ରାମ୍ୟ ଜୀବନକୁ ସରସ ସୁନ୍ଦର କରିବାକୁ ହେଲେ, ଆମ ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଇବାକୁ ପଡିବ ।
ମୁଖ୍ୟବକ୍ତା ଭାବେ କବି ପ୍ରଶାନ୍ତ କୁମାର କର କହିଲେ – ଉତ୍କଳର ନୌବାଣିଜ୍ୟ,ଏହାର କଳା,ସାହିତ୍ୟ, ସଂସ୍କୃତି ଏବଂ ଐତିହ୍ୟ ଗୋଟାଏ ମହାନ ଜାତିକୁ ବିଶ୍ୱରେ ଗର୍ବିତ କରିଛି । ସମ୍ମାନିତ ଅତିଥିଭାବେ ପୂର୍ବତନ ସରପଞ୍ଚ ହେମନ୍ତ କୁମାର ପ୍ରଧାନ, ଜିଲ୍ଲା ସଂଖ୍ୟାଲଘୁ ନେତା ସେକ ଅଫସର ତୁଲ୍ଲା, ସାମାଜିକ କର୍ମୀ ପଞ୍ଚାନନ ପଣ୍ଡା,ସାମ୍ବାଦିକ ଅଶୋକ ଦାଶ ଏବଂ ସୁଶାନ୍ତ ଦାସ ପ୍ରମୁଖ ଯୋଗଦେଇଥିଲେ ।
ପୂଜା କମିଟି ପକ୍ଷରୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସ୍ଥାନୀୟ ଅଂଚଳର ୧୨ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ ଅନୁଷ୍ଠିତ ନଟରାଜ ଗ୍ରୁପ ପକ୍ଷରୁ ନୃତ୍ୟ, ସଂଗୀତ ଏବଂ ଭଜନ ପରିବେଷଣ କରାଯାଇଥିଲା । ଏହି ଉତ୍ସବକୁ ରବୀନ୍ଦ୍ର ପୃଷ୍ଟି,କିଶୋର କୁମାର ସାହୁ, ପ୍ରକାଶ ବେହେରା,ସୁମନ୍ତ ପଲେଇ, ହିମାଂଶୁ ରାଉତ, ରମେଶ ବେହେରା,ଜଗନ୍ନାଥ ସାହୁ, ହରିହର ମହାନ୍ତି, ଲଛମନ ସିନ୍ନା,କୈଶୋର ଦାସ,ବୀରବର ଦାସ,ବିଜୟ ଦାସ,ଆଶୁତୋଷ କର, ଅଭିମନ୍ୟୁ ସାମଲ,ଧରଣୀଧର ନାୟକ, ଜାବେଦ ଖାଁ,ଶିବ ପ୍ରସାଦ ବେହେରା,ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ କଳା ଓ ସଂସ୍କୃତି ପ୍ରେମୀ ଉପସ୍ଥିତ ଥିଲେ ।