Wednesday , May 31 2023
Home / କ୍ରୀଡ଼ା / ‘ ଆକା’ ଵନାମ ‘ ସ୍ୱସ୍ତିକ ‘,ଆକା ଚମ୍ପିୟାନ

‘ ଆକା’ ଵନାମ ‘ ସ୍ୱସ୍ତିକ ‘,ଆକା ଚମ୍ପିୟାନ

କଟକ ସଦର, ୧୨/୧୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ଅନ୍ତର୍ଗତ କିଶନନଗରର ଆଞ୍ଚଳିକ କଳା ଓ କ୍ରୀଡ଼ା ଅନୁଷ୍ଠାନ (ଆକା) ପକ୍ଷରୁ ୪ର୍ଥ ବାର୍ଷିକ ଆକା ଆମେଚର ଫୁଟବଲ ଲିଗ୍ ୨୦୨୨ ଓ ପ୍ରଥମ କ୍ଲାସିକାଲ କନସର୍ଟ ଆଜି ଶନିବାର ଦିନ କିଶନନଗର ହାଇସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟରେ ୧୨ ଟି ଟିମ ଅଂଶଗ୍ରହଣ କରିଥିବା ଵେଳେ ଫାଇନାଲକୁ ଆୟୋଜକ ଟିମ୍ ଆକା ଓ ଵୋଧପୁର ସ୍ୱସ୍ତିକ ଟିମ ଯାଇଥିଲେ। ଏଥିରେ ସ୍ୱସ୍ତିକ ଟିମକୁ ୪-୧ ରେ ହରାଇ ଆକା ଚମ୍ପିୟାନ ହୋଇଥିଲା। ଏହି ଉପଲକ୍ଷେ ଆକା ର ସଭାପତି ଇଂ ଦେବବ୍ରତ ପାତ୍ରଙ୍କ ପୈ।ରୋହିତ୍ୟରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ଅତିଥିବୃନ୍ଦ ଯୋଗଦେଇ ଚମ୍ପିୟାନ ଟିମକୁ ଟ୍ରଫି ଓ ରନର୍ସ ଟିମକୁ ରନର୍ସ କପ୍ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଉପସଭାପତି ଅରଫାନ ଅଲ୍ଲି ଖାନ୍,ଅଲାଉନସର ଆଜାଦ୍ ରାଜୟି,ଅଵୁଵାକର ଅଲ୍ଲି ଖାନ୍ ପ୍ରମୁଖ ସହାୟତା ଯୋଗାଇ ଥିଲେ। ଫୁଟବଲ ଖେଳ ଦେଖିବାକୁ କ୍ରିଡ଼ା ପ୍ରେମୀଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା

Leave a Reply

Your email address will not be published.