Thursday , June 8 2023
Breaking News
Home / ତାଜା ଖବର / ରାଜନୈତିକ ଶତୃତାରୂ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା

ରାଜନୈତିକ ଶତୃତାରୂ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା

ଖୋର୍ଦ୍ଧା,୧୧/୧୧/୨୨(ଓଡିଶା ସମାଚାର/ଦୀପକ ପ୍ରଧାନ): ସଦର ଥାନା ବ୍ରଜମୋହନପୁର ଶରଧାପୁର ଗ୍ରାମରେ ସକାଳ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି।ରାଜନୈତିକ ଶତ୍ରୁତା ଓ ସରକାରୀ ଜାଗାବାଡିକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପିଟିପିଟି ମାରିଦେଲେ ।ମୃତକ ହେଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର ବଳିଆରସିଂହ(୭୫)।
ସୂଚନା ପ୍ରକାରେ ଆଜି ସକାଳ ସମୟରେ ରବିନ୍ଦ୍ର ଦାଣ୍ଡ ପିଣ୍ଡାରେ ବସିଥିଲେ। ଏହି ସମୟରେ ଗ୍ରାମର ୬ରୁ ୭ଜଣ ଯୁବକ ମାରଣାସ୍ତ୍ର ଧରି ରବିନ୍ଦ୍ରଙ୍କ ଦୁଆରେ ପହଞ୍ଚି ତାଙ୍କ ପୁଅ ରଶ୍ମିରଞ୍ଜନ ନାଁ ଧରି ଗାଳିଗୁଲଜ କରିଥିଲେ। ରଶ୍ମି ବାହାରକୁ ଆସିବା ପରେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ପୁଅ କୁ ବଞ୍ଚାଇବାକୁ ଯାଇ ରବିନ୍ଦ୍ର ମଧ୍ୟ ଆକ୍ରମଣ ର ଶୀକାର ହୋଇଥିଲେ। ଜଣେ ତାଙ୍କ ଛାତିକୁ କହୁଣୀରେ ଶକ୍ତ ଆଘାତ ଦେବାରୁ ସେ ତଳେ ପଡି ଯାଇଥିଲେ। ରବିନ୍ଦ୍ର ତଳେ ପଡି ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ଉଦ୍ଧାର କରି ମେଡିକାଲ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି।ଆକ୍ରମଣ କରିଥିବା ଯୁବକଙ୍କ ମଧ୍ୟରୁ ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published.