Thursday , June 1 2023
Breaking News
Home / ତାଜା ଖବର / ମାହାଙ୍ଗା : ଅଙ୍ଗନୱାଡି କେନ୍ଦ୍ର ରେ ଗ୍ୟାସ ଟାଙ୍କି ବିସ୍ଫୋରଣ

ମାହାଙ୍ଗା : ଅଙ୍ଗନୱାଡି କେନ୍ଦ୍ର ରେ ଗ୍ୟାସ ଟାଙ୍କି ବିସ୍ଫୋରଣ

ମାହାଙ୍ଗା, ୧୧/୧୧/୨୦୨୨ (ଓଡିଶା ସମାଚାର /ଅଭୟ ଜେନା ) – ମାହାଙ୍ଗା ବ୍ଲକ ଲଳିତ ଗିରି ପଞ୍ଚାୟତ 2ନମ୍ବର ଅଙ୍ଗନୱାଡି କେନ୍ଦ୍ର ରେ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟିଛି ।  ଘଟଣା ରୁ ପ୍ରକାଶ ଯେ, ପିଲାମାନଙ୍କ ପାଇଁ କେନ୍ଦ୍ର ର ରୋଷେଇଶାଳ ରେ ରୋଷଇ ଚାଲିଥିବା ବେଳେ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟିଥିଲା ।  ବିସ୍ଫୋରଣ ଯୋଗୁଁ ଘରେ ନିଆଁ ବ୍ୟାପି ଯାଇଥିଲା ।  ଏହି ସମୟରେ ବାହାରେ ପାଚିକା ଅଣ୍ଡା ଛଡାଇବାକୁ ଯାଉଥିଲେ ।  ଏହି ସମୟରେ ଟାଙ୍କି ଫାଟିଗଲା  ।  ତେବେ ଏହି ଦୁର୍ଘଟଣା ରେ ଛାତ୍ରୀ ଛାତ୍ର କିମ୍ବା ଅନ୍ୟ କାହାରି କ୍ଷତି ଘଟି ନଥିବା ସୂଚନା ମିଳିଛି ।  ଦମକଳ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଥିବା ଜଣାପଡିଛି ।

Leave a Reply

Your email address will not be published.