କୋରାପୁଟ ୧୧/୧୧/୨୦୨୨(ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ମାଳିପଦର ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ନକ୍ସଲ ଓ ଏସ୍ଓଜି । ଏହି ଏନ୍କାଉଣ୍ଟରରେ ୨ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି ।
ମିିଳିଥିବା ସୂଚନା ଅନୁଯାୟୀ, ମାଳିପଦର ଜଙ୍ଗଲରେ ଏସ୍ଓଜି ଯବାନ କୁମ୍ବିଂ ଅପରେସନ କରୁଥିଲା । ଏହି ସମୟରେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କୁ ଦେଖି ଗୁଳିଚାଳନା ଆରମ୍ଭ କରିଥିଲେ । ଏହାର ଜବାବରେ ସୁରକ୍ଷାକର୍ମୀ ପାଲଟା ଗୁଳି ଚଳାଇଥିଲେ । କିଛି ସମୟ ଧରି ନକ୍ସଲ ଓ ଏସ୍ଓଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଏନ୍କାଉଣ୍ଟରରେ ଦୁଇ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ନିହତ ହୋଇଥିବା ନକ୍ସଲ ଙ୍କ ପରିଚୟ ମିଳିପାରିନାହିଁ ।