Sunday , May 28 2023
Breaking News
Home / କୃଷି /  ବାଗଦେବୀ କଳାମନ୍ଦିର ପକ୍ଷରୁ ଆତ୍ମ ନିର୍ଭର କୃଷକ ଅଭିଯାନ

 ବାଗଦେବୀ କଳାମନ୍ଦିର ପକ୍ଷରୁ ଆତ୍ମ ନିର୍ଭର କୃଷକ ଅଭିଯାନ

କେନ୍ଦ୍ରାପଡ଼ା,୧୧/୧୧/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାଗଦେବୀ କଳାମନ୍ଦିର ଆନୁକୂଲ୍ୟରେ ଭରତପୁର କାଳୀମନ୍ଦିରରେ ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ସୁନାଇଲୋ ପକ୍ଷରୁ କୃଷକମାନଙ୍କ ଆତ୍ମ ନିର୍ଭରଶୀଳତା ଉପରେ ଏକ କୃଷକ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ କୃଷକ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି ମୁଖ୍ୟ ଅତିଥି, ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ମୁଖ୍ୟ ଭଉଣୀ ବି.କେ. ସ୍ନେହ ସାନଭଉଣୀ ସିଜା, ଭାଇ ରବୀନ୍ଦ୍ର ମହାପାତ୍ର ପ୍ରମୁଖ ସମ୍ମାନୀତ ଅତୀଥି ଭାବେ ଯୋଗଦେଇଥିଲେ । ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ ନୃତ୍ୟଦଳ  ନଟରାଜ ଡ୍ୟାନ୍ସ ଗ୍ରୁପ, କ୍ରିଷ୍ଣା ଡ୍ୟାନ୍ସ ଗ୍ରୁପ ଭଳି ବହୁ ନୃତ୍ୟଦଳ ଦଳଗତ ନୃତ୍ୟ ପ୍ରଦର୍ଶନ କରିଥିଲେ ।ବାଗଦେବୀ କଳାମନ୍ଦିର ନୃତ୍ୟ ଆସର କାର୍ଯ୍ୟକ୍ରମଟି ଉପସ୍ଥିତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । କେନ୍ଦ୍ରାପଡା ସହର ସମେତ ଗ୍ରାମାଂଚଳର ଶତାଧିକ ଦର୍ଶକଙ୍କୁ ଏହି କାର୍ଯ୍ୟକ୍ରମ ମନମୋହିଥିଲା । ପ୍ରଜାପିତା ବ୍ରହ୍ମକୁମାରୀ ସଂସ୍ଥାର ଭାଇ ସଂଗ୍ରାମ ବିଶ୍ୱାଳ, କାର୍ତିକ ସାହୁ, କଲ୍ୟାଣୀ ସାହୁ, ସମୀର ସାହୁ ପ୍ରମୁଖ  ମଂଚ ପରିଚାଳନା କରିଥିଲେ ।

Leave a Reply

Your email address will not be published.