ଟାଙ୍ଗି, ୧୧/୧୧/୨୦୨୨ (ଓଡିଶା ସମାଚାର/ଦୀପକ ପ୍ରଧାନ) : ୨୦୨୪ ନିର୍ବାଚନର ସରଗରମ ଏବେ ଧୀରେ ଧୀରେ ଗ୍ରାମାଞ୍ଚଳରେ ମାହୋଲ ବଢିବାରେ ଲାଗିଛି । କିଏ କର୍ମୀ ସମ୍ମିଳନୀ କରିଛି ତ,କିଏ ବୈଠକ ଦ୍ୱାରା କାର୍ଯ୍ୟକ୍ରମ କରୁଛି,ଆଉ କିଏ ବନ୍ଧୁ ମିଳନ ଭାବେ କାର୍ଯ୍ୟକ୍ରମ କରୁଛନ୍ତି । ସେହିଭଳି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଭୂଷଣ୍ଡପୁର ମା ଉଗ୍ରତାରା ନିକଟରେ ଏକ ବନ୍ଧୁ ମିଳନ ହୋଇଛି । ଏହି କାର୍ଯ୍ୟକ୍ରମରେ ଆଜି ଶତାଧିକ ଲୋକେ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗକୁ ନେବାପାଇଁ ସମର୍ଥନ ବହୁତ ମିଳିଛି । ମା ଉଗ୍ରତାରା ନିକଟରେ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଦେବରାଜ ସେନାପତିଙ୍କ ଜଣେ ସମାଜ ସେବୀ ଭାବେ କାର୍ଯ୍ୟ କରିବା ପାଇଁ ମୁଖ୍ୟ ଲକ୍ଷ ରଖି ଆଗକୁ ଆସିଛନ୍ତି ।
ଯାହା ଦ୍ଵାରା ୨୬ଟି ପଞ୍ଚାୟତର ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ସମସ୍ତେ ଅଭିଭାଷଣ ରଖିବା ସହ ସାଧାରଣ ଲୋକଙ୍କ ଦୁଃଖ ଦୂର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।ବିଗତ ଦିନରେ ଜଣେ ପ୍ରଶାସନିକ ସରକାରୀ ଅଫିସର ଥିବାବେଳେ ବହୁତ ଲୋକଙ୍କ ସମସ୍ୟା ଦୂର କରିଛନ୍ତି ଦେବରାଜ ସେନାପତି । ସାଧାରଣ ଲୋକେ କହିବା କଥା ଯଦି ଦେବରାଜ ସେନାପତି ଆଗାମୀ ନିର୍ବାଚନ ପାଇଁ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଠିଆ ହୁଅନ୍ତେ ନିଶ୍ଚିତ ଲୋକଙ୍କ ହସ ଫୁଟିବ ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ।