Wednesday , May 31 2023
Home / ବିଶେଷ / ପ୍ରହରାଜପୁରରେ ଵଡ ପିର ଵାଵାଙ୍କ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

ପ୍ରହରାଜପୁରରେ ଵଡ ପିର ଵାଵାଙ୍କ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

କଟକ ସଦର, ୧୧/୧୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ଠାରେ ଥିବା ଵଡ ପିର ଵାଵାଙ୍କ ପାରମ୍ପରିକ ବାର୍ଷିକ ଉତ୍ସବ ପ୍ରତି ବର୍ଷ ପରି ଆଜି ଶୁକ୍ରବାର ମହାସମାରୋହରେ ପାଳିତ ହୋଇଛି। ହିନ୍ଦୁ ମୁସଲମାନ ମାନଙ୍କର ଏହି ଉତ୍ସବରେ ଜିଲ୍ଲା ଓ ରାଜ୍ୟ ବାହାରର ହଜାର ହଜାର ମାନସିକଧାରୀ ଶ୍ରଦ୍ଧାଳୁମାନେ ଯୋଗଦେଇ ଵାଵାଙ୍କ ଉପରେ ଚାଦର ଚଢ଼ାଇ ଥିଲେ। ପ୍ରତ୍ୟୁଶରୁ ଵାଵା ପିରଙ୍କ ନିତିକାନ୍ତି ଯଥାବିଧି ପାଳନ କରାଯାଇଥିଲା। ରାତିରେ ଵହୁ ଖ୍ୟାତନାମା ଧର୍ମଗୁରୁମାନେ ଯୋଗଦେଇ ଧର୍ମ ଆଲୋଚନା କରିଥିଲେ। ଏହି ଧର୍ମୀୟ କାର୍ଯ୍ୟକ୍ରମକୁ ଉର୍ସ କମିଟିର ସମସ୍ତ ସଦସ୍ୟ ମାନଙ୍କ ସହିତ ସଭାପତି ଫଜଲେରଵ୍, କାର୍ଯ୍ୟକାରୀ ସଭାପତି ଇଲିଆସ୍ ଅଲ୍ଲୀ, ଉପସଭାପତି ଶେଖ୍ ମଜିନ୍, ସଂପାଦକ ୟାକୁବ ଖାନ୍, କାର୍ଯ୍ୟକାରୀ ସଂପାଦକ ଶେଖ୍ ମୁର୍ତୁଜା,ସହ ସଂପାଦକ ଶେଖ୍ ଵାସିତ, କୋଷାଧ୍ୟକ୍ଷ ସାଵିର ଅଲ୍ଲୀ ଖାଁ ପରିଚାଳନାରେ ସହାୟତା କରିଥିଲେ।ଏହି କାର୍ଯ୍ୟକ୍ରମରେ ହିନ୍ଦୁ ମୁସଲମାନଙ୍କ ପ୍ରଵଳ ସମାଗମ ହୋଇଥିଲା ।

Leave a Reply

Your email address will not be published.