ଭୁବନେଶ୍ବର, ୧୧/୧୧/୨୦୨୨ (ଓଡ଼ିଶା ସମାଚାର)- ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍) ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ୫୦ଜଣ ପରୀକ୍ଷାର୍ଥୀ କୃତକାର୍ୟ୍ୟ ହୋଇଥିବା ନେଇ ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି। ଆଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ଚେତନା ପଟ୍ଟନାୟକ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏ.ଗୀତାଞ୍ଜଳୀ ନାଇଡୁ ତୃତୀୟ। ପୁଅଙ୍କୁ ପଛରେ ପକାଇ ଟପ- ୩ରେ ଝିଅ ରହିଛନ୍ତି। ଶୀର୍ଷ ୨୦ ଜଣଙ୍କ ମଧ୍ୟରେ ୧୪ ଜଣ ମହିଳା ଥିବା ଜଣାପଡ଼ିଛି।ସହିପରି ଚତୁର୍ଥ ସ୍ଥାନରେ ବିଭୁ ପ୍ରସାଦ ନାୟକ, ପଞ୍ଚମ- ସୁସ୍ମିତା ରଥ , ପଷ୍ଠ- ରାଜଲକ୍ଷ୍ମୀ ମହାନ୍ତି, ସପ୍ତମ- ରାଜେଶ ମିଶ୍ର, ୮ମ- ସୁସ୍ମିତା ମିଶ୍ର, ୯ମ- ଶୀତେଶ ମହାନ୍ତି ରହିଥିବା ବେଳେ ୧୦ମ ସ୍ଥାନରେ ବିନାୟକ ପ୍ରସାଦ ସାହୁ ରହିଛନ୍ତି।