Wednesday , May 31 2023
Home / ବିଶେଷ / ନୂଆ ଜଗନ୍ନାଥ ସଡ଼କ ଜାତୀୟ ରାଜପଥ ହେଲେ ଅନୁଗୁଳ – ପୁରୀ ଦୂରତା କମିବ

ନୂଆ ଜଗନ୍ନାଥ ସଡ଼କ ଜାତୀୟ ରାଜପଥ ହେଲେ ଅନୁଗୁଳ – ପୁରୀ ଦୂରତା କମିବ

ନିରାକାରପୁର, ୧୧/୧୧/୨୦୨୨(ଓଡ଼ିଶା ସମାଚାର)- ଭାରତୀୟ ରାଷ୍ଟ୍ର ରାଜମାର୍ଗ ପ୍ରାଧିକରଣ ଦ୍ୱାରା ପ୍ରସ୍ତାବିତ କ୍ୟାପିଟାଲ ରିଜିନ ରିଙ୍ଗ ରୋଡ଼ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱରଛକ ଠାରୁ ଆରମ୍ଭ ହୋଇ ବାଙ୍କୀ ,ଆଠଗଡ଼ ଦେଇ ଢେଙ୍କାନାଳ ଜିଲ୍ଲାର ୫୫ ନଂ ଜାତୀୟ ରାଜପଥ ଗୋବିନ୍ଦପୁରଠାରେ ଛୁଇଁବ । ଏହାର ଦୈର୍ଘ୍ୟ ୭୦ କିଲୋମିଟର ହେବ । ତେଣୁ ସମ୍ବଲପୁର, ତାଳେଚର,ରାଉରକେଲ ତଥା ପଡ଼ୋଶୀ ଛତିଶଗଡ଼,ମଧ୍ୟପ୍ରଦେଶ, ମହାରାଷ୍ଟ୍ର ରାଜ୍ୟରୁ ପୁରୀ ଆସୁଥିବା ପର୍ଯ୍ୟଟକ ମାନେ ସୁବିଧାରେ ୫୫ନଂ ଜାତୀୟ ରାଜପଥରେ ଆସି ରାମେଶ୍ୱର ଦେଇ ପୁରୀ ଯାଇ ପାରିବେ । ରାମେଶ୍ୱର ଛକଠାରୁ ପୁରୀ ମାତ୍ର ୪୭ କିଲୋମିଟର ହେବ ଯାହା ଦ୍ୱାରା କି ଗୋବିନ୍ଦପୁର ଛକଠାରୁ ପୁରୀର ଦୂରତା ନୂଆ ଜଗନ୍ନାଥ ସଡ଼କ ଦେଇ ଗଲେ ୧୧୭ କିଲୋମିଟର ହେବ ବୋଲି ଅନୁମାନ କରାଯାଉଛି । କିନ୍ତୁ ଯାହା କି ଭୁବନେଶ୍ୱର ଦେଇ ପୁରୀ ଗଲେ ବର୍ମାନ ୧୨୭ କିଲୋମିଟର ହେଉଛି । ତେଣୁ ପଶ୍ଚିମ ଓଡ଼ିଶା ସମେତ ପଡ଼ୋଶୀ ବାହାର ରାଜ୍ୟର ପର୍ଯ୍ୟଟକମାନେ ଏହି ରାସ୍ତା ଦେଇ ଅତ୍ୟଧିକ ଭିଡ଼ ନଥିବା ଓ ସଳଖ ରାସ୍ତା ଦେଇ ପୁରୀରେ ପହଂଚିବାର ଏକ ମାଧ୍ୟମ । ତେଣୁ କେନ୍ଦ୍ର ସରକାର ନୂଆ ଜଗନ୍ନାଥ ସଡ଼କର ମାନ୍ୟତା ଦେଇ କାର୍ଯ୍ୟକାରୀ କରିଲେ ପଶ୍ଚିମ ଓଡ଼ିଶାର ଲୋକମାନଙ୍କ ପାଇଁ ଏକ ବରାଦନ ସଦୃଶ୍ୟ ହୋଇ ପାରନ୍ତା । ତେଣୁ ଜାତୀୟ ରାଜପଥ ବିଭାଗ ନୂଆ ଜଗନ୍ନାଥ ସଡ଼କକୁ ଜାତୀୟ ରାଜପଥ ମାନ୍ୟତା ଦେଇ ଏହି ରୋଡ଼ରେ ଥିବା ଅନେକ ସର୍ପିଳ ଓ ଅଙ୍କାବଙ୍କା ଅଂଶକୁ ସଳଖ କରିପାରିଲେ ରାମେଶ୍ୱରଠାରୁ ପୁରୀର ଦୂରତା ବହୁତ କମିଯିବା ସହ ଅନୁଗୁଳ, ଢେଙ୍କାନାଳରୁ ପୁରୀ , କୋଣାର୍କ ଦୂରତା ବହୁତ କମିଯିବାର ସମ୍ଭାବନା ଥିବାରୁ ଏଥିପ୍ରତି ଜାତୀୟ ରାଜପଥ ଉଚ୍ଚକର୍ତୃପ’ ଗୁରୁତ୍ୱ ଦେଇ ଏହାର ବିଚାର କରିବାକୁ ଦାବି ହେଉଛି ।

Leave a Reply

Your email address will not be published.