Thursday , June 8 2023
Breaking News
Home / ବିଶେଷ / ଦୁରସଂଚାର ଗ୍ରାହକମାନଙ୍କ ସଚେତନତା ଶିବିର

ଦୁରସଂଚାର ଗ୍ରାହକମାନଙ୍କ ସଚେତନତା ଶିବିର

କେନ୍ଦ୍ରାପଡ଼ା,୧୧/୧୧/୨୦୨୨(ଓଡ଼ିଶା ସମାଚାର)- ଗେଙ୍ଗାତ୍ରି ସୋସିଆଲ ଅରଗାନାଇଜେସନ ଆନୁକୂଲ୍ୟରେ ଏବଂ ଟ୍ରାଇ, ନୂଆଦିଲ୍ଲୀଙ୍କ ସହାୟତାରେ ଏକ ଦିବସୀୟ ଗ୍ରାହକ ସଚେତନତା ଶିବିର ଗରାପୁରସ୍ଥିତ ରେସୱା ଅନୁଷ୍ଠାନ ସମ୍ମିଳନୀ କକ୍ଷରେ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ବି.ଏସ.ଏନ.ଏଲ., ଏୟାରଟେଲ, ଜିଓ ଏବଂ ଭୋଡାଫୋନ ଆଇଡିଆର କର୍ମକର୍ତାମାନେ ଯୋଗଦେଇ ସେବା ସମ୍ବଦ୍ଧୀୟ ଗ୍ରାହକମାନଙ୍କ ସମସ୍ୟା ତଥା ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋକପାତ କରିଥିଲେ । ସଂସ୍ଥାର ସମ୍ପାଦକ ରବିନାରାୟଣ ସାହୁ ଏହି ସଚେତନତା ଶିବିରକୁ ପରିଚାଳନା କରିବା ସହ ଟ୍ରାଇ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଶେଷରେ ଅନୁଷ୍ଠାନର ଉପାଧ୍ୟକ୍ଷ ପୁରୁଷୋତମ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.