ଗରଦପୁର, ୧୧/୧୧/୨୦୨୨(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ନିକଟ ଚିତ୍ରୋତ୍ପଳା ନଦୀ ଜଳରେ ବୁଡ଼ି ବଙ୍ଗାରୀ ଗ୍ରାମର ଓମ ପ୍ରକାଶ ସାହୁ (୧୬) ନିଖୋଜ ହୋଇ ଯାଇଛନ୍ତି । ଆଜି ମଧ୍ୟାହ୍ନରେ ସାଙ୍ଗ ପିଲାଙ୍କ ସହିତ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଅଥଳ ଜଳରେ ବୁଡ଼ି ଯାଇଥିଲେ । ନଦୀକୂଳ ପାଖା ପାଖି ଗାଧୋଉଥିବା ଅନ୍ୟ ପିଲାମାନେ କୂଳକୁ ଉଠି ଆସିଥିବାବେଳେ ଓମ ପ୍ରକାଶ ପହଁରା ଜାଣିନଥିବାରୁ ପାଣି ରେ ବୁଡ଼ି ଯାଇଥିଲେ । ଏହା ଦେଖି ଖବର ଦେବା ପରେ ବଡ଼ କଳାବୁଦା ଗ୍ରାମ ଯୁବକମାନେ ପହଂଚି ଖୋଜା ଖୋଜି କରିଥିଲେ । ପରେ ପରେ ଖବର ପାଇ କୋରୁଆ ଅଗ୍ନୀଶମ ବାହିନୀ ସେଠାରେ ପହଂଚି ନଦୀ ଗର୍ଭରେ ଖୋଜା ଖୋଜି କରିଥିଲେ । ନଦୀ ଜଳରେ ଅନ୍ତଶ୍ରୋତ ଥିବାରୁ ଅଧ କିଲୋମିଟର ପର୍ଯ୍ୟନ୍ତ ନଦୀରେ ଦିନ ଗୋଟାଏ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜା ଖୋଜି ଚାଲିଥିଲା । ହେଲେ ଓମ ପ୍ରକାଶ କୁ ପ୩ାଇନଥିଲେ । ଉଲେଖନୀୟ ଏହିକି ବଙ୍ଗାରୀ ଗ୍ରାମ ଜଟାଧାରୀ ସାହୁଙ୍କ ପୁଅ ଓମ ପ୍ରକାଶ ବଙ୍ଗାରୀ ରୁ କିଛଇ ବର୍ଷ ପୂର୍ବରୁ ଚାଲିଆସି ବଡ଼ କଳାବୁଦା ଗ୍ରାମରେ ଜଟାଧାରୀ ସପରିବାର ରହୁଛନ୍ତି । ଓମପ୍ରକାଶ ମଧ୍ୟ କଳାବୁଦା ହାଇସ୍କୁଲ ରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖି ୧ମ ଶେଣୀରେ ଉତୀର୍ଣ୍ଣ ହୋଇଥିଲେ । ଭୁବନେଶ୍ୱରର କ୍ୟାପିଟାଲ କଲେଜରେ ଯୁକ୍ତ ୨ ପଢ଼ିବାକୁ ନାମ ଲେଖାଛଥିଲେ । ତେବେ ନଦୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନାହାନ୍ତି ।