Wednesday , May 31 2023
Home / ବିଶେଷ / କେନ୍ଦ୍ରାପଡା କଲେଜ ଛାତ୍ରୀନିବାସ ପାଖ ଗେଟ ସମ୍ମୁଖରେ କେବିନ ପଡିଥିବା ଅଭିଯୋଗ

କେନ୍ଦ୍ରାପଡା କଲେଜ ଛାତ୍ରୀନିବାସ ପାଖ ଗେଟ ସମ୍ମୁଖରେ କେବିନ ପଡିଥିବା ଅଭିଯୋଗ

କେନ୍ଦ୍ରାପଡ଼ା, ୧୧/୧୧/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ନୂତନ ଛାତ୍ରୀନିବାସ ପାଖ ଗେଟ ସମ୍ମୁଖରେ ଏକ ନୂତନ କେବିନ ପକାଯାଇଥିବା ଅଭିଯୋଗ ହୋଇଛି । ନିଜକୁ କେନ୍ଦ୍ରାପଡା ପୌରସଂସ୍ଥାର ଜନୈକ କର୍ମଚାରୀ ବୋଲାଉଥିବା ବ୍ୟକ୍ତି ଏଭଳି ଭାବେ କଲେଜ ଛାତ୍ରୀନିବାସ ନିକଟସ୍ଥ କଲେଜ ଗେଟ ସମ୍ମୁଖରେ ଏକ କେବିନ ପକାଇ ଦୋକାନ କରିବାକୁ ଯାଉଛନ୍ତି । ଆଗାମୀ ଦିନରେ ସେଠାରେ ବିଭିନ୍ନ ଅସାମାଜିକ ଯୁବକ ଓ ନିଶାଡିମାନଙ୍କ ସମାଗମ ହୋଇ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ସମ୍ଭାବନା ଦେଖାଦେଇଛି । ଫଳରେ ନିକଟସ୍ଥ ଛାତ୍ରୀନିବାସରେ ରହୁଥିବା ପିଲାମାନଙ୍କ ପାଇଁ ଏହା ଘୋର ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ଦେଖାଦେଇଛି । ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ କରାଯିବାକୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Leave a Reply

Your email address will not be published.