Wednesday , May 31 2023
Breaking News
Home / ଶିକ୍ଷା / କମାଗୁରୁ ଜୁନିଅର କଲେଜ ରେ ରାଜନୀତି ବିଜ୍ଞାନର ସେମିନାର

କମାଗୁରୁ ଜୁନିଅର କଲେଜ ରେ ରାଜନୀତି ବିଜ୍ଞାନର ସେମିନାର

ଭାରତୀୟ ସମ୍ବିଧାନ ଶୃଙ୍ଖଳା କୁ ଗୁରୁତ୍ଵ ଦେଇଥାଏ

ନିରାକାରପୁର, ୧୧/୧୧/୨୦୨୨ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା କମାଗୁରୁସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଏକ ଭାରତୀୟ ସମ୍ବିଧାନ ର ଗୁରୁତ୍ଵ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନାଚକ୍ରରେ‌ ଅଧ୍ୟାପିକା ଡଃ ରେଣୁବାଳା ସାମନ୍ତରାୟ  ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଆଲୋଚନା ଚକ୍ରରେ    ମୁଖ୍ୟ ଅତିଥିଭାବେ  ଡ. ଜଗମୋହନ ପଟ୍ଟନାୟକ   ଯୋଗଦେଇ ଭାରତୀୟ ସମ୍ବିଧାନ ସର୍ବ ଉତ୍କୁଷ୍ଠ। ଏହା ଶୃଙ୍ଖଳିତ ଓ  ଭାଇଚାରା , ସମାନତା, ମୈ।ଳିକ ଅଧିକାର ରକ୍ଷା କରିଛି। ଭାରତରେ ସର୍ବ ଧର୍ମ ଲୋକ ବସବାସ କରୁଥିବାରୁ ଏହାକୁ ସର୍ବୋଭୌମ ରାଷ୍ଟ୍ର ବୋଲି କୁହାଯାଉଛି। ଭାରତର  ସଂସ୍କୃତି, ଧର୍ମ, ଦର୍ଶନ, ନୈତିକତା  ସମ୍ବିଧାନରେ ପ୍ରତିଫଳିତ ହୋଇଛି  ବୋଲି ମତବ୍ୟକ୍ତ କରିଥିଲେ।  ବିଶିଷ୍ଟ ଅତିଥି  ଅବସରପ୍ରାପ୍ତ ଅନୁସଚିବ ଶରତ ଚନ୍ଦ୍ର ନାୟକ ଭାବେ  ଯୋଗଦେଇ ଭାରତ ସମଗ୍ର ବିଶ୍ବରେ ନିଜର ପ୍ରତିଷ୍ଠା କରିପାରିଛି। ଆମ ସମ୍ବିଧାନରେ ନ୍ୟାୟ ପାଳିକ। ସ୍ଵତନ୍ତ୍ର ଭାବେ କାର୍ଯ୍ୟ କରେ। ଭାରତ ଏକ ସଙ୍ଘୀୟ ରାଷ୍ଟ୍ର। ଭାରତୀୟ ସମ୍ବିଧାନ ଆଇନ କୁ   କେହି  ଅତିକ୍ରମ କରି କୌଣସି କାର୍ଯ୍ୟ କରି ପାରିବେ ନାହିଁ। ପୃଥିବୀରେ ଭାରତୀୟ ସମ୍ବିଧାନ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି   କହିବା ସହିତ ଛାତ୍ର ଛାତ୍ରୀଙ୍କୁ ଆର୍ଷିବଚନ ପ୍ରଦାନ   କହିଥିଲେ। ଏହି ଆଲୋଚନାଚକ୍ରରେ ଛାତ୍ରୀ ବର୍ଷାରାଣୀ ରାଉତରାୟ, କଳ୍ପନା ବେହେରା ଓ  ଛାତ୍ର ବିଶ୍ବରଂଜନ ମିଶ୍ର  ଭାରତୀୟ ସମ୍ବିଧାନ ଗୁରୁତ୍ଵ ସମ୍ପର୍କରେ ଲିଖିତ ପ୍ରବନ୍ଧକୁ ପଠନ କରିଥିଲେ। ଶେଷରେ ଅଧ୍ୟାପିକା ସସ୍ମିତା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published.