Wednesday , May 31 2023
Breaking News
Home / କ୍ରୀଡ଼ା / ବିପିନ ଦୁରିଆ ଓ ଭାଗବତ ଧଙ୍ଗଡ଼ାମାଝୀ ମେମୋରିଆଲ ନକ ଆଉଟ ଫୂଟବଲ ଟୁର୍ନାମେଣ୍ଟ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ

ବିପିନ ଦୁରିଆ ଓ ଭାଗବତ ଧଙ୍ଗଡ଼ାମାଝୀ ମେମୋରିଆଲ ନକ ଆଉଟ ଫୂଟବଲ ଟୁର୍ନାମେଣ୍ଟ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ

ଜୁନାଗଡ଼, ୧୦/୧୧/୨୦୨୨ (ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ହାଇ ସ୍କୁଲ ଖେଳ ପଡିଆ ଠାରେ ଜୁନାଗଡ଼ ଫୂଟବଲ କ୍ଲବ ଆନୁକୂଲ୍ୟ ରେ ବିପିନ ଦୁରିଆ ଓ ଭାଗବତ ଧଙ୍ଗଡ଼ାମାଝୀ ମେମୋରିଆଲ ନକଆଉଟ ଫୂଟବଲ ଟୁର୍ନାମେଣ୍ଟ ର ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଆଜି ମଧ୍ୟ ଦୁଇଟି ପର୍ଯ୍ୟାୟ ରେ ସେମିଫାଇନାଲ ମ୍ୟାଚ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ରେ ଅନୁଷ୍ଠିତ ମ୍ୟାଚ କର୍ଲାକୋଟ ଫୂଟବଲ କ୍ଲବ ଓ ଭବାନୀପାଟଣା ମର୍ଣ୍ଣି କ୍ଲବ ମଧ୍ୟ ରେ ହୋଇଥିଲା ଏଥିରେ ଭବାନୀପାଟଣା ମର୍ଣ୍ଣି କ୍ଲବ କୁ ପେନାଲଟି ରେ ୧ ଗୋଲ ଦେଇ କର୍ଲାକୋଟ ଫୂଟବଲ ଦଳ ବିଜୟୀ ହୋଇଥିଲା ।ଏହାପରେ ଦ୍ଵିତୀୟ ପର୍ଯ୍ୟୟ ସେମିଫାଇନାଲ ମ୍ୟାଚ ମାଟିଗାଁ ଫୂଟବଲ କ୍ଲବ ଓ ନବମ ରିଜର୍ଭ ବେଟେଲିଆନ ଫୂଟବଲ ଦଳ ମଧ୍ୟରେ ହୋଇଥିଲା ଏଥିରେ ନବମ ରିଜର୍ଭ ବେଟେଲିଆନ ଫୂଟବଲ ଦଳ କୁ ମାଟିଗାଁ ଫୂଟବଲ ଦଳ ୧ ଗୋଲ ଦେଇ ବିଜୟୀ ହୋଇଥିଲା । ଆସନ୍ତା କାଲି ମାଟିଗାଁ ଓ କର୍ଲାକୋଟ ଫୂଟବଲ କ୍ଲବ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେବ । ଆଜି ର ଖେଳ ର ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ର ସମାଜସେବୀ ତଥା ଶିଳ୍ପପତି ଶ୍ରୀ ଦୁର୍ଗା ପ୍ରସାଦ ନାଏକ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ପି. ଡବ୍ଲୁ. ଡି (ଏସ.ଡି.ଓ ) ଶ୍ରୀ ସୁନାରାମ ମୁର୍ମୁ ଯୋଗଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜୁନାଗଡ଼ ଫୂଟବଲ କ୍ଲବ ର ସମ୍ପାଦକ ସତୀଶ ପ୍ରଧାନ, ଜୁନାଗଡ଼ ଫୂଟବଲ କ୍ଲବ ମେନେଜର ଯୀଶୁରାମ ଗୋପାଳ, ଭବାନୀ ଶଙ୍କର ପଟ୍ଟନାୟକ, ସାମ୍ବାଦିକ ରାକେଶ ବେମାଲ,ଦୀପକ କୁଣ୍ଡୁ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ମ୍ୟାଚ ରେ ରେଫରୀ ଭାବେ ନବୀନ ବଗର୍ତି ଓ ଲାଇନ ମେନ ଭାବେ ନିର୍ମଳ ଦଣ୍ଡସେନା ଓ ଶେଷଦେବ ମଲ୍ଲିକ, ସୁରେଶ ନାଏକ ଦାୟିତ୍ବ ତୁଲାଇ ଥିଲେ । ଏହି ଫୂଟବଲ ଖେଳ ର ଫାଇନାଲ ଆସନ୍ତା କାଲି ହେବ ବୋଲି ଜୁନାଗଡ଼ ଫୂଟବଲ କ୍ଲବ ର ଉପ ସଭାପତି ସନ୍ତୋଷ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.