Saturday , June 10 2023
Breaking News
Home / ବିଶେଷ / ବାଲି ଖାଦାନ ଓ ପଥର ଖଣି ମୋହ ଛାଡି ଯିବାକୁ ଚାହୁନାହାନ୍ତି ତହସିଲଦାର

ବାଲି ଖାଦାନ ଓ ପଥର ଖଣି ମୋହ ଛାଡି ଯିବାକୁ ଚାହୁନାହାନ୍ତି ତହସିଲଦାର

ଭୁବନ ୧୦/୧୧/୨୦୨୨(ଓଡ଼ିଶା ସମାଚାର)- ଭୁବନ ତହସିଲଦାର ଡ.ରୋଜାଲିନ ବେହେରା ଏଠାରେ ଯୋଗଦେବା ପରଠାରୁ ତହସିଲରେ ଦୁର୍ନୀତି , ପ୍ରିୟାପ୍ରୀତି ,ଅନୀୟମିତତା ଓ ସ୍ୱେଚ୍ଛାଚାରିତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତହସିଲ କର୍ମଚାରୀ ମାନଙ୍କୁ ମଧ୍ୟ ଦୁର୍ନୀତିଖୋର କରିସାରିଲେଣି ବୋଲି ହାଟ ବଜାରରେ ଚର୍ଚ୍ଚା ହେଉଛି । ତହସିଲଦାର ସୁଶ୍ରୀ ରୋଜାଲିନ ଙ୍କର ଗତ ଅକ୍ଟୋବର ମାସରେ ଓଡିଶା ସରକାର ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ଚିଠି ନଂ- ୧୯୮୩୧ ତା ୧୮.୧୦.୨୦୨୨ ରେ ବଦଳି ଆଦେଶ ବାହାରିଥିଲା । ଇତି ମଧ୍ୟରେ ତିନି ସପ୍ତାହ ବିତିଯାଇଥିବା ବେଳେ ତହସିଲଦାର ଭୁବନ ଛାଡୁନାହାନ୍ତି କି ଭୁବନର ବାଲି ଖାଦାନ , ପଥର ଖଣି ଛାଡି ଯିବାକୁ ଚାହୁଁନାହାନ୍ତି । ତହସିଲଦାରଙ୍କର ମୁଖ୍ୟତଃ ଏହି ଦୁଇଟି ବେପାରରୁ ପ୍ରବଳ ଆୟ ହେଉଛି ବୋଲି କୁହାଯାଉଛି । ଲଘୁ ଖଣିଜ ଦ୍ରବ୍ୟ କାରବାରରେ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର ହେଉଥିବାରୁ ସେ ମହାଶୟା ଭୁବନ ଛାଡି ଯିବାକୁ ଚାହୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି । ବାଲି ନିଲାମ ଧାରୀ ମାନେ ସେମାନେ ନେଇଥିବା ଲିଜ ସୀମା ରୁ ବାଲି ଶେଷ କରି ଅଧିକ ଦୁଇ ତିନି କିମି ବ୍ୟାସାର୍ଦ୍ଧରୁ ବେଆଇନ ଭାବେ ମେସିନ ଜରିଆରେ ବାଲି ଉତୋଳନ କରି ପଡୋଶୀ ଯାଜପୁର ଜିଲ୍ଲାକୁ ହାଇୱା ଗାଡି ଯୋଗେ ଦୈନିକ ଶତାଧିକ ଟ୍ରିପ ବାଲି ଚାଲାଣ କରୁଛନ୍ତି । ତହସିଲଦାର ବାଲି ଲିଜଧାରୀଙ୍କ ସହ ସଲା ସୁତରା କରି ସେମାନଙ୍କ ଦ୍ୱାରା ଅନୁଗୃହୀତ ହୋଇ ଲୋକଦେଖାଣିଆ ଭାବେ କେବଳ ଟ୍ରାକ୍ଟର ପଛରେ ପଡିଛନ୍ତି । ମାଙ୍କଡା ପଥର ଖଣି ଉତୋଳନକାରୀ ଙ୍କୁ ମଧ୍ୟ ସେହି ତରିକାରେ ସେମାନଙ୍କ ଠାରୁ ମାସିକିଆ ନେଇ ବେଳେବେଳେ ଟ୍ରାକ୍ଟରକୁ ପିଛା କରି ଧରି ଫାଇନ କରୁଛନ୍ତି । ତହସିଲର କେତେଜଣ କର୍ମଚାରୀ ଏହି କାରବାରରେ ସଂପୃକ୍ତ ରହି ମ୍ୟାଡାମ ଙ୍କ ନାଁ କହି ବିଭିନ୍ନ ଟ୍ରାକ୍ଟର ମାଲିକ ମାନଙ୍କୁ ମାସିକିଆ ଦେବାକୁ ପ୍ରବର୍ତାଉଛନ୍ତି । ଯିଏ କଥା ନମାନୁଛି ସେମାନଙ୍କ ଗାଡି ନମ୍ବର ଓ ଟ୍ରାକ୍ଟର ମାଲିକଙ୍କ ଠିକଣା ତହସିଲଦାରଙ୍କୁ ପ୍ରଦାନ କରୁଛନ୍ତି । ତହସିଲଦାର ମହାଶୟା ଅତ୍ୟନ୍ତ ଚତୁରତାର ସହକାରେ ସେହି ଟ୍ରାକ୍ଟର ନମ୍ବର ଗୁଡିକୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ପଠାଇ ଦେଉଛନ୍ତି ଓ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ତରଫରୁ ଚଢାଉ କରାଯାଉଛି । ଗତ ସପ୍ତାହରେ ସହକାରୀ ଉପଜିଲ୍ଲାପାଳ ଚଢାଉ କରିବାକୁ ଆସି ମାଡ ଖାଇବା ଘଟଣା ଦାଣ୍ଡରେ ପଡି ହାଟରେ ଗଡୁଛି । ତହସିଲଦାରଙ୍କ ଯୋଗୁ ସେ ମାଡ ଖାଇଲେ ବୋଲି ଚର୍ଚ୍ଚା ହେଉଛି । ତହସିଲଦାରଙ୍କୁ ମିଳୁଥିବା ମାସିକିଆରୁ ସେ ଉପର ମହଲରେ ଭୋଗ ଲଗାଉଥିବା ଯୋଗୁ ବଦଳି ଆଦେଶ ସତ୍ୱେ ସେ ଭୁବନ ଛାଡୁନାହାଁନ୍ତି କି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ/ପଦକ୍ଷେପ ନେଉନାହାଁନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଓ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published.