Thursday , June 8 2023
Breaking News
Home / ବିଶେଷ / ଡାକ୍ତର ଅଲେଖ ଦାସ ସ୍ମୃତି ସମ୍ମାନ ପାଇଲେ ଡା. ରଶ୍ମୀକାନ୍ତ ପାତ୍ର

ଡାକ୍ତର ଅଲେଖ ଦାସ ସ୍ମୃତି ସମ୍ମାନ ପାଇଲେ ଡା. ରଶ୍ମୀକାନ୍ତ ପାତ୍ର

କେନ୍ଦ୍ରାପଡ଼ା, ୧୦/୧୧/୨୦୨୨(ଓଡ଼ିଶା ସମାଚାର)- ଡାକ୍ତର ଅଲେଖ ଚନ୍ଦ୍ର ଦାସ ସ୍ମୃତି ସମ୍ମାନ ପାଇଲେ ଡା. ରଶ୍ମୀକାନ୍ତ ପାତ୍ର । ଜିଲ୍ଲା ବୋଇତ ବନ୍ଦାଣ ସମିତି, କେନ୍ଦ୍ରାପଡା ଆନୁକୂଲ୍ୟରେ ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୪ତମ ବୋଇତ ବନ୍ଦାଣ ଉତ୍ସବରେ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ. ଦେବେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ଭାରତୀୟ ପୂର୍ବତଟ ରେଳ ବିଭାଗର ବରିଷ୍ଠ ଜନସମ୍ପର୍କ ଅଧିକାରୀ ନିରାକାର ଦାସ ଯୋଗଦେଇ ଡା. ରଶ୍ମୀକାନ୍ତ ପାତ୍ରଙ୍କୁ ତାଙ୍କର ଉତ୍ସର୍ଗୀକୃତ ରୋଗୀ ସେବା ପାଇଁ ସୁନାମଧନ୍ୟ ଜନସେବକ ଓ ଡାକ୍ତର ଅଲେଖ ଦାସ ସ୍ମୃତି ସମ୍ମାନ ଓ ନୃତ୍ୟଶିଳ୍ପୀ ନିର୍ଝରିକା ଦାସଙ୍କୁ ଶରତ ପ୍ରସାଦ ସିଂ ସ୍ମୃତି ସମ୍ମାନରେ ସମ୍ମାନୀତ କରି ମାନପତ୍ର, ପୁଷ୍ପଗୁଛ ଓ ଟ୍ରଫି ପ୍ରଦାନ କରିଥିଲେ ।

Leave a Reply

Your email address will not be published.