Wednesday , May 31 2023
Home / ବିଶେଷ / କିଶନନଗର ଥାନା ଅଞ୍ଚଳରେ ଛେଳି ଚୋର ସକ୍ରିୟ, ପୋଲିସ୍ ନିଷ୍କ୍ରିୟ, ଆନ୍ଦୋଳନର ଚେତାବନୀ

କିଶନନଗର ଥାନା ଅଞ୍ଚଳରେ ଛେଳି ଚୋର ସକ୍ରିୟ, ପୋଲିସ୍ ନିଷ୍କ୍ରିୟ, ଆନ୍ଦୋଳନର ଚେତାବନୀ

କଟକ ସଦର, ୧୦/୧୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଆଜକୁ କିଛି ଦିନ ହେଲା କଟକ ଗ୍ରାମାଞ୍ଚଳ ପୋଲିସ୍ ଜିଲ୍ଲା ଅନ୍ତର୍ଗତ କିଶନନଗର ଥାନା ଅଞ୍ଚଳରେ ଛେଳି ଚୋର ସକ୍ରିୟ ରହି କ୍ରମାଗତ ଭାବେ ବିଭିନ୍ନ ସ୍ଥାନରୁ ୧୮୨ ଟି ଛେଳି ଚୋରି କରିନେଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ୍ ର ନିଷ୍କ୍ରିୟ ତାକୁ ନେଇ ପ୍ରତିବାଦର ସ୍ୱର ଉଠିଛି। ଏପରିକି ଛେଳି ଚୋରକୁ ଧରି ପୋଲିସ ଜିମା ଦିଆ ଯାଇଥିଲେ ଵି ଚୋର ଠାରୁ ଛେଳି ଉଦ୍ଧାର କରି କାହା ସ୍ୱାର୍ଥରେ ଚୋରକୁ ଛାଡି ଦିଆ ଯାଇଛି ,ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଛେଳି ଚୋର ରାକେଟ ବିଳମ୍ବିତ ରାତିରେ ଛେଳିଙ୍କ ମୁହଁରେ ପ୍ଲାଷ୍ଟର ଗୁଡାଇ ଚାରି ଚକିଆ ଗାଡ଼ିରେ ନେଇ ଯାଉଥିବା ଜଣାପଡିଛି। ଏହା ଦ୍ୱାରା ଛେଳି ପାଳିଥିବା ଗରୀଵ ଲୋକେ କ୍ଷତିଗ୍ରସ୍ତ ହେଉଛନ୍ତି। ଏଥିପ୍ରତି ଯଦି ତୁରନ୍ତ ଦୃଷ୍ଟି ଦିଆ ନଯାଏ ,ତେଵେ ଜନସାଧାରଣ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଵେ ବୋଲି ଆଜି (ଗୁରୁବାର) ଶ୍ରମିକ ନେତା ରାଜ କିଶୋର ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ କିଶନନଗର ଥାନା ଭାରପ୍ରାପ୍ତ ଆରକ୍ଷୀ ନିରିକ୍ଷକ ରଶ୍ମି ରଞ୍ଜନ ଦାସଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

Leave a Reply

Your email address will not be published.