ଯାଜପୁର , ୧୦/୧୧/୨୦୨୨ (ଓଡ଼ିଶା ସମାଚାର / ସୁରେଶ କର) – ଚଳିତ କାର୍ତିକ ମାସ ବେସ ଆନନ୍ଦ ଉଲାସ ରେ ସମଗ୍ର ରାଜ୍ୟରେ ସମାପନ ହୋଇ ଯାଇଛି । ଶେଷ ଦିବସରେ ନଦୀ ନାଳ ,ପୁଷ୍କରିଣୀ ରେ ହଜାର ହଜାର ଶ୍ରଦ୍ଧାଳୁ ଡ଼ଙ୍ଗୀଟିଏ ଭସାଇ ଦେଇ ଏହି ଧର୍ମ ମାସରେ ନିଜର ସାର୍ଥକତା ପ୍ରତିପାଦନ କରିଥାନ୍ତି । କିନ୍ତୁ କେହି ଜଳ ପ୍ରଦୂଷଣ ଦିଗରେ ନଜର ଦେଇ ନଥାନ୍ତି ଯାହାକି ଏହି ଡ଼ଙ୍ଗୀ ଗୁଡିକ ପୁଷ୍କରିଣୀରେ ପଚି ଜଳ ଓ ପରିବେଶକୁ ପ୍ରଦୂଷିତ କରିଥାଏ । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ସୁଜନପୁର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ବିଷ୍ଣୁପ୍ରିୟା ମହାକୁଡ଼ ଙ୍କ ଉଦ୍ୟମରେ ପଞ୍ଚାୟତ ର ତିନୋଟି ପୋଖରୀ ସଫା କରାଯାଇଛି ।
ସରପଞ୍ଚ ଙ୍କ ଏଭଳି ମହାନିୟତା କାର୍ୟ୍ୟ ପାଇଁ ପଞ୍ଚାୟତ ବାସୀ ସାଧୁବାଦ ଜ୍ଞାପନ କରିଛନ୍ତି । ସୂଚନା ଥାଉକି ଶ୍ରୀମତୀ ମହାକୁଡ଼ ନିଜ ପଞ୍ଚାୟତ କୁ ସର୍ବଦା ସ୍ଵଛତା ରଖିବା ପାଇଁ ପଞ୍ଚାୟତ ବାସୀଙ୍କୁ ଉସ୍ଥାହିତ କରିଥାନ୍ତି ।