କେନ୍ଦ୍ରାପଡ଼ା, ୧୦/୧୧/୨୦୨୨(ଓଡ଼ିଶା ସମାଚାର)- ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଶତାଧିକ ଆୟୁଷ ଡାକ୍ତର ଏବଂ ଏହି ବିଭାଗରେ କାର୍ଯ୍ୟକରୁଥିବା ଅସ୍ଥାୟୀ କର୍ମଚାରୀମାନେ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାସହିତ ଜିଲ୍ଲାପାଳଙ୍କୁ ଏକଦାବିପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଦାବି ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓଡ଼ିଶାରେ ଚୁକ୍ତିଭିତିକ ଚାକିରୀର ଯୁଗ ଶେଷହେଲା ବୋଲି ଘୋଷଣା କରିଥିଲେ ମଧ୍ୟ ସେହି ଘୋଷଣା ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟକାରୀ ହୋଇନାହିଁ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ଆୟୁଷ ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ୧୭ବର୍ଷହେବ ସ୍ୱଳ୍ପ ଦରମାରେ ଚାକିରୀ କରୁଛନ୍ତି । ସେମାନଙ୍କୁ ଚାକିରିରେ ସ୍ଥାୟୀ କରିବାପାଇଁ ରାଜ୍ୟ ସରକାର ଘୋଷଣା କରିବେ ବୋଲି ପ୍ରତିଶ୍ରୁତି ଦେଇ ସେମାନଙ୍କୁ ପ୍ରତାରଣା କରି ଆସୁଛନ୍ତି । ଏଭଳି ଅନ୍ୟାୟ ଓ ଅବିଚାରପାଇଁ ତୃତୀୟ ମହଲାରେ ବସିଥିବା ବଡବାବୁମାନେ ଦାୟୀବୋଲି ଅସ୍ଥାୟୀ କର୍ମଚାରୀମାନେ ଖୋଲାଖୋଲି ଆଲୋଚନା କରିଥିଲେ । ଆୟୁଷ ଡାକ୍ତରଙ୍କ ଭଳି ରାଜ୍ୟରେ ୯ହଜାର ଅସ୍ଥାୟୀ କର୍ମଚାରୀ ସ୍ୱଳ୍ପ ଦରମାରେ କାର୍ଯ୍ୟକରୁଛନ୍ତି । ସମସ୍ତ ସ୍ୱାସ୍ଥ୍ୟ ଠିକାକର୍ମଚାରୀଙ୍କ ଆବେଗକୁ ଦୃଷ୍ଟିରେରଖି ସେମାନଙ୍କୁ ତୁରନ୍ତ ନିୟମିତ କରିବାପାଇଁ ଦାବି କରାଯାଇଛିି । ଓଡ଼ିଶା ସ୍ୱାସ୍ଥ୍ୟ ଠିକାକର୍ମଚାରୀ ମହାସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ସଂଘର ଶତାଧିକ ଆୟୁଷ ଡାକ୍ତରଙ୍କ ସହିତ ସେହି ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ ।
Home / ସ୍ୱାସ୍ଥ୍ୟ / ଓଡ଼ିଶା ସ୍ୱାସ୍ଥ୍ୟଠିକା କର୍ମଚାରୀ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ