Wednesday , May 31 2023
Home / ବିଶେଷ / ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଅଙ୍ଗନବାଡ଼ି କେନ୍ଦ୍ର

ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଅଙ୍ଗନବାଡ଼ି କେନ୍ଦ୍ର

ନିରାକାରପୁର, ୧୦/୧୧/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁର ପଂଚାୟତ ନନପଡ଼ା -୩ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ର ବର୍ତମାନ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଚାଲୁଥିଲେ ବି କାହାର ଏଥିପ୍ରତି ଦୃଷ୍ଟି ପଡ଼ୁନାହିଁ । ଏହି ଅଙ୍ଗନବାଡ଼ି କେନ୍ଦ୍ରଟି ନନପଡ଼ା ସାହି ଦକ୍ଷିଣ ପାଶ୍ୱର୍ ସାହି ପଛ ପାଖ ପୂର୍ବରୁ ଥିବା ପ୍ରସନ୍ନ ପାଟ୍ଟଶାଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ନିର୍ମାଣ ହୋଇଛି । ଏହି କେନ୍ଦ୍ର ପାଖକୁ ଲାଗି ନିରାକାରପୁର ଜଗନ୍ନାଥପୁର ସାହି ସହିତ ନିରାକାରପୁର ହାଇସ୍କୁଲ ରାସ୍ତାର ସଂଯୋଗୀକରଣ ହୋଇଥିବାବେଳେ ରାସ୍ତାଟି ଯାଇଥିବାବେଳେ ସଚେତନତାର ଅଭାବ ଯୋଗୁ ଏହି ରାସ୍ତା ଉପରେ ଦୈନନ୍ଦିନ କୁଢକୁଢ ଆବର୍ଜନା ପକାଯାଉଛି । ଯେଉଁ ଲୋକ ଓ ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ଯାତାୟତ କରୁଛନ୍ତି , ନାକ ଟେକି ଯିବାକୁ ବାଧ୍ୟ ହେଉଛନ୍ତି । ଏହି ଅଳିଆ ଆବର୍ଜନା ପଡ଼ୁଥିବା ରାସ୍ତା କଡ଼କୁ ଲାଗି ବାଳିକା ବିଦ୍ୟାଳୟ ପରିସରରେ ଅଙ୍ଗନବାଡ଼ି ଗୃହ ନିର୍ମାଣ ହୋଇଛି । ବାଳିକା ବିଦ୍ୟାଳୟ ଭାଙ୍ଗି ଯିବା ପରେ ଏହାର ପରିସରକୁ ଅସ୍ଥାୟୀ ଖୋଲା ପାଇଖନାଭାବେ ବ୍ୟବହାର କରୁଛନ୍ତି । ଏହିଭଳି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଅଙ୍ଗନବାଡ଼ି କୁନିକୁନି ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବାକୁ ଆସୁଛନ୍ତି । ଏମିତି ବି ଶୁଣିବାକୁ ମିଳୁଛି ଏହି କେନ୍ଦ୍ରକୁ ରାସ୍ତାଟିଏ ବି ନାହିଁ । ପିଲାମାନେ ଜଣକ ଜାଗା ଦେଇ ଏହି କେନ୍ଦ୍ରକୁ ଯାତାୟତ କରୁଛନ୍ତି । ବାରମ୍ବାର ଏନେଇ ଖବର ପ୍ରସାରିତ ହେବା ପରେ କିଛି ଦିନ ଏହି ଅଂଚଳ ପରିଷ୍କାର ରହିଥିଲା । ପୁନର୍ବାର ଏହି ଅଂଚଳରେ ଲୋକମାନେ ନିଜ ଘରର ମଇଳାକୁ ଏଠାରେ ପକାଇବା କାରଣରୁ ପରିବେଶ ଦୂଷିତ ହେବା ସହିତ ଯାତାୟତ କରିବାକୁ ଲୋକେ ସେହି ରାସ୍ତାରେ ଅମଙ୍ଗ ହେଲେଣି । ତେଣୁ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଏହି ପରିବେଶକୁ ପରିଷ୍କାର କରିବା ସହ ଛୋଟଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ପରିବେଶର ସୁରକ୍ଷା ପାଇଁ ଚେଷ୍ଟା କରିବାକୁ ଦାବି ହେଉଛି ।

Leave a Reply

Your email address will not be published.