ନିରାକାରପୁର, ୦୯/୧୧/୨୦୨୨ (ଓଡ଼ିଶା ସମାଚାର)-ଖୋରଧା ବନ ଖଣ୍ଡ ଟାଙ୍ଗୀ ରେଂଜ୍ ରେ ଦିନକୁ ଦିନ ବଢି ଚାଲିଛି ଜଙ୍ଗଲୀ ହାତୀ ପଲଙ୍କ ଆତଙ୍କ ରାଜ। ଦିନ ବେଳା ହାତୀ ପଲ ଜଙ୍ଗଲ ରେ ରହୁଥିବା ବେଳେ ରାତି ହେଲେ ଖାଦ୍ୟ ଖାଇବା ଲୋଭରେ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ହାତୀ.. ହାତୀ ପଲଙ୍କ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ହେଉଛନ୍ତି। ଧନ ଜୀବନ ବି ବିପନ୍ନ ହେଉଛି ।ଧାନ ଅମଳ ହେବାକୁ ଆଉ ଅଳ୍ପ କେଇଟା ଦିନ ବାକି ଅଛି।ଭଲ ଅମଳ ହେଲେ ବର୍ଷ ଯାକ ଚଳିବ ଚଷା ପୁଅ। ହେଲେ ଚଷା ପୁଅର ସବୁ ଆଶା ଭରସା ଦଳି ମକଚି ହୋଇ ଯାଉଛି ହାତୀ ପଲ ଙ୍କ ପାଦରେ ।ଗତ କାଲି ରାତିରେ ଖୋରଧା ବନ ଖଣ୍ଡ ଭୁଷଣ୍ଡ ପୁର ରେ ୧୬ ଟି ଜଙ୍ଗଲୀ ହାତୀ ପଲ ବାହାରି ମଚାଇଛନ୍ତି ଆତଙ୍କ ରାଜ।ଫଳରେ ଏକର ଏକର ଧାନ ଫସଲ ନଷ୍ଟ ଭଷ୍ଟ ହୋଇ ଯାଇଛି ହାତୀ ମାନଙ୍କ ପାଦରେ.।ହାତୀ ପାଦରେ ଫସଲ ନଷ୍ଟ ହେଉଥିଵାରୁ ଚାଷୀ ବନ ଵିଭାଗ ଉପରେ ଦୋଷ ଲଦିଛି..କ୍ଷତି ପୂରଣ ଦେବାକୁ ଦାବି କରିଛି.।ବନ ବିଭାଗ ହାତୀକୁ ଘଉଡାଇବାରେ ସଫଳ ହୋଇ ପାରୁନାହିଁ।