Sunday , May 28 2023
Breaking News
Home / କ୍ରୀଡ଼ା / ବିପିନ ଦୁରିଆ ଓ ଭାଗବତ ଧଙ୍ଗଡ଼ାମାଝୀ ମେମୋରିଆଲ ନକ ଆଉଟ ଫୂଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ

ବିପିନ ଦୁରିଆ ଓ ଭାଗବତ ଧଙ୍ଗଡ଼ାମାଝୀ ମେମୋରିଆଲ ନକ ଆଉଟ ଫୂଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ

ଜୁନାଗଡ଼, ୦୯/୧୧/୨୦୨୨ (ଓଡ଼ିଶା ସମାଚାର /ରାକେଶ ବେମାଲ) – କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ହାଇସ୍କୁଲ ଖେଳ ପଡିଆ ଠାରେ ଜୁନାଗଡ଼ ଫୁଟବଲ କ୍ଲବ ଆନୁକୂଲ୍ୟ ରେ ବିପିନ ଦୁରିଆ ଓ ଭାଗବତ ଧଙ୍ଗଡ଼ାମାଝୀ ମେମୋରିଆଲ ନକଆଉଟ ଫୁଟବଲ ଟୁର୍ନାମେଣ୍ଟ ର ଦ୍ଵିତୀୟ ଦିନ ର ଖେଳ ଅନୁଷ୍ଠିତ ହୋଇଯାଇଛି । ଆଜି ମଧ୍ୟ ଦୁଇଟି ପର୍ୟ୍ୟାୟ ରେ ମ୍ୟାଚହୋଇଥିଲା । ପ୍ରଥମ ପର୍ୟ୍ୟାୟରେ ଅନୁଷ୍ଠିତ ମ୍ୟାଚ ମାଟିଗାଁ ଫୁଟବଲ କ୍ଲବ ଓ ଧର୍ମଗଡ଼ ଫୁଟବଲ କ୍ଲବ ମଧ୍ୟ ରେ ହୋଇଥିଲା । ଏଥିରେ ଧର୍ମଗଡ଼ ଫୁଟବଲ କ୍ଲବ କୁ ୧ ଗୋଲ ଦେଇ ମାଟିଗାଁ ଫୁଟବଲ ଦଳ ବିଜୟୀ ହୋଇଥିଲା । ଏହାପରେ ଦ୍ଵିତୀୟ ପର୍ୟ୍ୟୟ ମ୍ୟାଚ ରେ ଜୁନାଗଡ଼ ଫୁଟବଲ କ୍ଲବ ଓ ନବମ ରିଜର୍ଭ ବେଟେଲିଆନ ଫୁଟବଲ ଦଳ ମଧ୍ୟରେ ହୋଇଥିଲା । ଏଥିରେ ଜୁନାଗଡ଼ ଫୁଟବଲ କ୍ଲବ କୁ ନବମ ରିଜର୍ଭ ବେଟେଲିଆନ ଫୁଟବଲ ଦଳ ୧ ଗୋଲ ଦେଇ ବିଜୟୀ ହୋଇଥିଲା । ଏହି ଅବସରରେ ରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ହାଇସ୍କୁଲ ହେଡ଼ମାଷ୍ଟର ନେପାଳ ବାଗ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂହଦେଓ ଯୋଗଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜୁନାଗଡ଼ ଫୁଟବଲ କ୍ଲବ ର ସମ୍ପାଦକ ସତୀଶ ପ୍ରଧାନ, ଜୁନାଗଡ଼ ଫୁଟବଲ କ୍ଲବ ମେନେଜର ଯୀଶୁରାମ ଗୋପାଳ, ଭବାନୀ ଶଙ୍କର ପଟ୍ଟନାୟକ, ଦୀପକ କୁଣ୍ଡୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମ୍ୟାଚ ରେ ରେଫରୀ ଭାବେ ନବୀନ ବଗର୍ତି ଓ ଲାଇନ ମେନ ଭାବେ ନିର୍ମଳ ଦଣ୍ଡସେନା ଓ ଶେଷଦେବ ମଲ୍ଲିକ ଦାୟିତ୍ବ ତୁଲାଇ ଥିଲେ । ଏହି ଫୁଟବଲ ଖେଳ ର ସେମିଫାଇନାଲ ଆସନ୍ତା କାଲି ହେବ ବୋଲି ଜୁନାଗଡ଼ ଫୁଟବଲ କ୍ଲବ ର ସମ୍ପାଦକ ସନ୍ତୋଷ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.