ନିରାକାରପୁର,୦୯/୧୧/୨୦୨୨ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡ଼ିଏଭି ମହାବିଦ୍ୟାଳୟରୁ ଗତ ୮ ତାରିଖ ବିଳମ୍ବିତ ରାତିରେ କେହି ସ୍ପୋଟର୍ସ ରୁମ ଚାବି ଖୋଲି ଉକ୍ତ ରୁମରେ ଥିବା ଖେଳ ସାମଗ୍ରୀ ଚୋରୀ କରି ନେଇ ଯାଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ କି ଉକ୍ତ ସ୍ପୋଟର୍ସ ରୁମଟି କଲେଜ ପରିସର ମଧ୍ୟରେ ପୂର୍ବରୁ ଥିବାବେଳେ ଏବେ କଲେଜ ପରିସର ବାହାରେ ରହିଥିଲା । କେହି ଦୁର୍ବୃତ ଅତି ସହଜରେ ଚାବି ଖୋଲି କିଛି ଖେଳ ସାମଗ୍ରୀ ଚୋରୀ କରି ନେଇଯାଇଥିବାବେଳେ ଏହା କେବଳ କେହି ଏ ସଂପର୍କରେ ଜାଣିଥିବା ବ୍ୟକ୍ତି କରିଥାଇ ପାରେ ବୋଲି ଅନୁମାନ କରାଯାଉଛି । ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଚୋରକୁ ଧରିବା ପାଇଁ ଅନୁସନ୍ଧାନ ଜାରି ରଖିଛି ।