ଭୁବନେଶ୍ୱର, ୦୯/୧୧/୨୦୨୨ (ଓଡ଼ିଶା ସମାଚାର)- ଧାମନଗର ବିଧାୟକ ଭାବେ ଶପଥ ନେଲେ ସୂର୍ୟ୍ୟବଂଶୀ ସୂରଜ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଧାନସଭାରେ ଶପଥ ପାଠ କରାଇଥିଲେ । ମୁଣ୍ଡିଆ ମାରି ସେ ବିଧାନସଭାକୁ ପ୍ରବେଶ କରିଥିଲେ ଓ ବାଚସ୍ପତି ଙ୍କ ଆଶିର୍ବାଦ ନେଇଥିଲେ ।
ସୂଚନାଯୋଗ୍ୟ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଉକ୍ତ ଆସନରେ ଉପନିର୍ବାଚନ ହୋଇଥିଲା । ଏହି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପରାସ୍ତ କରି ବିଜେପି ପ୍ରାର୍ଥୀ ତଥା ବିଷ୍ଣୁ ସେଠୀଙ୍କ ପୁଅ ସୂର୍ୟ୍ୟବଂଶୀ ସୁରଜ ବିଜୟୀ ହୋଇଥିଲେ । ଏହାପରେ ବୁଧବାର ଦିନ ନବନିର୍ବାଚିତ ବିଧାୟକ ସୂର୍ୟ୍ୟବଂଶୀ ସୂରଜଙ୍କୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।