Thursday , June 1 2023
Breaking News
Home / ବିଶେଷ / ଜଳସମ୍ପଦ ବିଭାଗରେ ଯୋଗଦେଲେ ୨୫୭ କନିଷ୍ଠ ଯନ୍ତ୍ରୀ

ଜଳସମ୍ପଦ ବିଭାଗରେ ଯୋଗଦେଲେ ୨୫୭ କନିଷ୍ଠ ଯନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ନୂତନ ଇଞ୍ଜିନିୟରମାନଙ୍କୁ ସେମାନଙ୍କୁ ଚାକିରୀ ପ୍ରତି ଉତ୍ସାହର ସହ କାର୍ଯ୍ୟ କରିବାକୁ କହିଥିଲେ । ଏଥି ସହିତ କାର୍ଯ୍ୟକ୍ଷେତ୍ରରେ ରାଜ୍ୟବାସୀଙ୍କ ପ୍ରତି ସଚ୍ଚୋଟତା ଏବଂ ସମ୍ବେଦନଶୀଳତା ମଧ୍ୟ ବଜାଇ ରଖିବାକୁ କହିଥିଲେ

ଭୁବନେଶ୍ୱର, ୦୯/୧୧/୨୦୨୨ (ଓଡ଼ିଶା ସମାଚାର)-ଜଳ ସମ୍ପଦ ବିଭାଗରେ ୨୫୭ ଜଣ କନିଷ୍ଠ ଯନ୍ତ୍ରୀ ଯୋଗଦେଲେ । ବୁଧବାର ସଂଧ୍ୟାରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ପ୍ଲାଟଫର୍ମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ନୂତନ ଇଞ୍ଜିନିୟରମାନଙ୍କୁ ସେମାନଙ୍କୁ ଚାକିରୀ ପ୍ରତି ଉତ୍ସାହର ସହ କାର୍ଯ୍ୟ କରିବାକୁ କହିଥିଲେ । ଏଥି ସହିତ କାର୍ଯ୍ୟକ୍ଷେତ୍ରରେ ରାଜ୍ୟବାସୀଙ୍କ ପ୍ରତି ସଚ୍ଚୋଟତା ଏବଂ ସମ୍ବେଦନଶୀଳତା ମଧ୍ୟ ବଜାଇ ରଖିବାକୁ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇବା ବ୍ୟତୀତ ଜଳ ସମ୍ପଦ ବିଭାଗ ମଧ୍ୟ ଆମ ଲୋକଙ୍କ ଜୀବନ ଏବଂ ସମ୍ପତ୍ତି ସୁରକ୍ଷା ପାଇଁ ବନ୍ୟା ପରିଚାଳନା ପାଇଁ ମଧ୍ୟ କାର୍ଯ୍ୟକରୁଛି। ରାଜ୍ୟରେ ଦୁଇ ହଜାର ପାଞ୍ଚ ଶହରୁ ଅଧିକ ଡ୍ୟାମ ରହିଛି ଏବଂ ଲୋୟର ସୁକତେଲ, କାନପୁର ଏବଂ ଘାଟକେଶ୍ୱର ଭଳି କେତେକ ପ୍ରମୁଖ ବନ୍ଧ ପାଇଁ କାମ ଚାଲିଛି। ଏଥି ସହିତ ୧୨ ହଜାର କୋଟି ଟଙ୍କା ବ୍ୟୟରେ ରାଜ୍ୟର ବଭିନ୍ନ ନଦୀ ପାଖରେ ୧୬ଟି ପାଇପଲାଇନ ପ୍ରକଳ୍ପ କରାଯାଉଛି। ଏହି ପ୍ରକଳ୍ପ ଜଳ ସଂରକ୍ଷଣ ସହ ଭୂତଳ ଜଳର ମଧ୍ୟ ସଂରକ୍ଷଣ ପାଇଁ କାର୍ଯ୍ୟ କରିବ। ନୂତନ ପ୍ରକଳ୍ପର ଅନ-ସାଇଟ୍ ତଦାରଖ କରିବା ସହିତ ସଂପୂର୍ଣ୍ଣ ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ତଥା କୃଷି ଜମିକୁ ପରିକଳ୍ପିତ ଜଳସେଚନ ସୁନିଶ୍ଚିତ କରିବା ପାଇଁ ଜୁନିୟର ଇଞ୍ଜିନିୟରମାନଙ୍କର ଅଧିକ ଭୂମିକା ରହିଛି। ଏଣୁ ଆପଣମାନେ ଲୋକମାନଙ୍କ ପ୍ରତି ଉତ୍ସାହ, ସଚ୍ଚୋଟତା ଏବଂ ସମ୍ବେଦନଶୀଳତା ସହିତ କାର୍ଯ୍ୟ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published.