Wednesday , May 31 2023
Breaking News
Home / ଶିକ୍ଷା / ଗୋପିନାଥ ଉଚ୍ଚ ବିଦ୍ୟାଳୟ ଗଡିଶାଗୋଦା ର ୫୯ତମ ବାର୍ଷିକ ଉତ୍ସବ

ଗୋପିନାଥ ଉଚ୍ଚ ବିଦ୍ୟାଳୟ ଗଡିଶାଗୋଦା ର ୫୯ତମ ବାର୍ଷିକ ଉତ୍ସବ

ଖୋର୍ଦ୍ଧା, ୦୯/୧୧/୨୦୨୨ (ଓଡିଶା ସମାଚାର/ଦୀପକ ପ୍ରଧାନ) : ପୁରୀ ଜିଲ୍ଲା ଗଡିଶାଗୋଦା ଗୋପିନାଥ ଉଚ୍ଚ ବିଦ୍ୟାଳୟ ର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ଗୋପିନାଥ ମଗଂରାଜ ୧୧୧ତମ ଜନ୍ମ ଜୟନ୍ତୀ ତଥା ବିଦ୍ୟାଳୟର ୫୯ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପୂରାତନ ଛାତ୍ର ପ୍ରଭାକର ମଂଗରାଜଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗଦେଇ ଥିବା ବେଳେ ମୂଖ୍ୟ ବକ୍ତା ଭାବରେ ସ୍ତମ୍ଭକାର ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ,ସ୍ଥାନୀୟ ସରପଞ୍ଚ ଯୋଗଦେଇ ଥିଲେ।ବିଦ୍ୟାଳୟ ଶିକ୍ଷକ ମୃତ୍ୟୁଂଜୟ ଦକ୍ଷିଣରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବାର୍ଷିକ ଵିବରଣୀ ପାଠ କରିଥିଲେ। ବାର୍ଷିକ ଉତ୍ସବରେ ବିଦ୍ୟାଳୟ ର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ଗୋପିନାଥ ମଂଗରାଜଙ୍କ କୃତିତ୍ୱ ଉପରେ ଆଲୋକପାତ କରିବା ସହିତ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଦ୍ୟାଳୟ ର ଥିବା ସମସ୍ୟା କୁ ଆଗାମୀ ଦିନରେ ଖୁବଶୀଘ୍ର ସମାଧାନ କରାଯିବାକୁ ଘୋଷଣା କରିଥିଲେ।ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥି ମାନେ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।

Leave a Reply

Your email address will not be published.