ଭୁବନ ୦୯/୧୧/୨୦୨୨(ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ଧଳପଡା ପଂଚାୟତ ର ମହିଳା ମହାସଂଘ ଓ ମା ଚଣ୍ଡି ସେବା ଟ୍ରଷ୍ଟ ଆନୁକୂଲ୍ୟରେ ପବିତ୍ର କାର୍ତିକ ପୂର୍ଣ୍ଣମୀ ଅବସରରେ ମୁରୁଜ , ଚିତ୍ରାଙ୍କନ ,ବକ୍ତୃତା ପ୍ରତିଯୋଗିତା ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଧଳପଡା ମା ଚଣ୍ଡି ପୀଠ ପରିସରରେ ସକାଳ ୯ ଘଟିକା ସମୟରେ ନାମ ପୂଜାର୍ଚ୍ଚନା ଓ ସଂକୀର୍ତନ କରାଯିବା ପରେ ୯.୩୦ ରେ ପ୍ରତିଯୋଗୀ ମାନଙ୍କ ନାମ ପଂଜିକରଣ କରାଯାଇଥିଲା ଓ ଦିବା ୧୧ ଘଟିକାରେ ମୁରୁଜ , ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆରମ୍ଭ ହୋଇଥିଲା ।
ଅପରାହ୍ନ ସାଢେ ଗୋଟାଏ ସମୟରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରତାପ ଭୂୟାଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଭୁବନ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାଁ ଗହଳିର ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାର ଏହି ପ୍ରୟାସ କୁ ଉଚ୍ଚ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ , ଧଳପଡା ସରପଂଚ ଶ୍ରୀନିବାସ ବେହେରା , ବାରୁଆଁ (ବି) ସରପଂଚ ବିଣାପାଣୀ ସାହୁ , ଗାୟତ୍ରୀ ଆଚାର୍ଯ୍ୟ , ଅଭୟ କୁମାର ମିଶ୍ର ଓ ଧଳପଡା ଗ୍ରାମ୍ୟ ଜଙ୍ଗଲ କମିଟି ସଭାପତି ନବୀନ କିଶୋର ବିଶ୍ୱାଳ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥରଲେ । ହେମନ୍ତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।