Monday , June 5 2023
Breaking News
Home / ବିଶେଷ / ଉତ୍କଳ ଵିକାଶ ପରିଷଦ ସଭାପତି ପ୍ରକାଶ ସେଠୀଙ୍କ ବିଭିନ୍ନ କାର୍ତ୍ତିକେୟ ପୂଜା ମଣ୍ଡପ ପରିଦର୍ଶନ,ଉତ୍ସସିତ ସମ୍ବର୍ଧନା

ଉତ୍କଳ ଵିକାଶ ପରିଷଦ ସଭାପତି ପ୍ରକାଶ ସେଠୀଙ୍କ ବିଭିନ୍ନ କାର୍ତ୍ତିକେୟ ପୂଜା ମଣ୍ଡପ ପରିଦର୍ଶନ,ଉତ୍ସସିତ ସମ୍ବର୍ଧନା

କଟକ ସଦର, ୦୯/୧୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ଜଣାଶୁଣା ବିଶିଷ୍ଟ ଯୁଵ ସମାଜସେବୀ ତଥା ଅଗ୍ରଣୀ ସାମାଜିକ ସଂଗଠନ ‘ ଉତ୍କଳ ଵିକାଶ ପରିଷଦ ‘ର ସଭାପତି ଇଂ ପ୍ରକାଶ ଚନ୍ଦ୍ର ସେଠୀ ସଦର ଅଞ୍ଚଳର ବିଭିନ୍ନ କାର୍ତ୍ତିକେୟ ପୂଜା ମଣ୍ଡପ ପରିଦର୍ଶନ କରି ଲୋକମାନଙ୍କ ମଙ୍ଗଳ କାମନା ସହିତ ଆଶ୍ରିର୍ଵାଦ ଭିକ୍ଷା କରିଛନ୍ତି । ଇଂ ସେଠୀ ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ୪୨ ମୈ।ଜା,କିଶନନଗର, ଅରିଲୋ,ଵୋଧପୁରରେ ଅନୁଷ୍ଠିତ ପୂଜା ମଣ୍ଡପ ଵୁଲି ଦେଖିଥିଲେ।ଏହି ଅଵସରରେ ପ୍ରକାଶଙ୍କୁ ସଵୁ ପୂଜା ମଣ୍ଡପରେ ଉତ୍ସସିତ ସମ୍ବର୍ଧନା ଦିଆ ଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଆଗାମୀ ସାଧାରଣ ନିର୍ବାଚନରେ ପ୍ରକାଶଙ୍କ ସାଙ୍ଗଠନିକ ଦକ୍ଷତା ଓ ସାମାଜିକ କାର୍ଯ୍ୟ ପାଇଁ ଵିଜେପି ପ୍ରାର୍ଥୀ କରିବାକୁ ଚିନ୍ତା କରୁଥିବା ଜଣା ପଡିଵା ପରେ ପରିଷଦ ଶିଵିର ଉତ୍ସାହିତ ହୋଇପଡିଛି ।

Leave a Reply

Your email address will not be published.