ନିରାକାରପୁର, ୦୮/୧୧/୨୦୨୨ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ୧୬ ନମ୍ବର ଯାତିୟ ରାଜପଥ ଗୋଳାଇ ଛକ ନିକଟରେ ଥିବା ଡାଳଚିନ ହୋଟେଲ ରୁ ଗୋଳବାଇ ଗ୍ରାମ ର ତାରାପ୍ରସାଦ ମହାପାତ୍ର ହୋଟେଲ ରୁ ଘରକୁ ପନିର ନେଇ ଫେରୁଥିବା ବେଳେ ଗୋଳବାଇ ଛକ ନିକଟରେ ଜଣେ ଜୁଵକ ତାରାପ୍ରସାଦ କୁ ଦେଖି ଜାଣିକରି ବାଇକ୍ ରୁ ପଡ଼ିଯାଇଥିବା ବେଳେ ତାରାପ୍ରସାଦ ମହାପାତ୍ର ତାକୁ ଉଠାଇ ଥିଲେ । ଉଠାଇବା ସମୟରେ ତାଙ୍କ ସାଟ ପକେଟ୍ ରେ ଥିବା ଏକ ସାମସଙ୍ଗ ମୋବାଇଲ କୁ ଝାମ୍ପିନେଇ ଘଟଣା ସ୍ଥଳରୁ ଦୁର୍ବୃୃତ ଜଣକ ସେ ଠାରୁ ଚମ୍ପଟ ମାରିଥିଲା । ଏହାକୁ ନେଇ ଜଂକିଆ ଥାନା ରେ ଅଭିଯୋଗ ହୋଇଛି।