ଯାଜପୁର,୦୮/୧୧/୨୦୨୨ (ଓଡ଼ିଶା ସମାଚାର): ଯାଜପୁରର ଜଗନ୍ନାଥ ମନ୍ଦିର ବେଢ଼ା ସମ୍ମୁଖରେ ଗୀତାଜାଗରଣ ପରିଷଦ ଆନୁକୂଲ୍ୟରେ ଆୟୋଜିତ ବୋଇତବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗୀତାଜାଗରଣ ପରିଷଦର ସଭାପତି ଆଇନଜୀବୀ ପ୍ରତିମା କରଙ୍କ ସଭାପତିତ୍ୱରେ ଉଦଘାଟକଭାବେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି । ଅନ୍ୟତମ ଅତିଥିଭାବେ ଯାଜପୁର ପୌରପାଳିକାର ଅଧ୍ୟକ୍ଷା ରଞ୍ଜୁଲତା ହୋତ ମୁଖ୍ୟ ଅତିଥିଭାବେ ଯାଗଦେଇଥିଲେ । ଅନ୍ୟତମ ଅତିଥିଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ମୁଖ୍ୟ ବକ୍ତାଭାବେ ଯୋଗଦେଇ ବୋଇତବନ୍ଦାଣ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥିଭାବେ ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ଅନୁଷ୍ଠାନର ଉପସଭାପତି କ୍ଷୀରୋଦ ଚନ୍ଦ୍ର ପାଠୀ, ସମ୍ପାଦକ ଭାସ୍କର ମହାନ୍ତି, ଗୁଣନିଧି ପାଣିଗ୍ରାହୀ, ଶ୍ୟାମସୁନ୍ଦର ପାଣିଗ୍ରାହୀ, ପୃଥିବୀରାଜ ପଣ୍ଡା, ଡକ୍ଟର କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ ଯାଜପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସାଂସ୍କୃତିକ ଅନୁଷ୍ଠାନ ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ଅନୁଷ୍ଠାନର ସଭାପତି ବୃନ୍ଦାବନ ମିଶ୍ର ଓ ସମ୍ପାଦକ ଅଭିମନୁ୍ୟ ମିଶ୍ର ଓ ଉପସଭାପତି ଉପେନ୍ଦ୍ର ଜେନାଙ୍କ ସମେତ ଅନୁଷ୍ଠାନର କଳାକାର ମାନେ ସାଧବ ପୁଅ, ବୋହୁ ବେଶରେ ସୁସଜ୍ଜିତ ହୋଇ ଜଗନ୍ନାଥ ମନ୍ଦିର ପାଶ୍ୱର୍ରେ ବୈତରଣୀ ନଦୀ କୂଳରେ ନୌକା ପହଂଚି ଆମ ସଂସ୍କୃତି, ଐତିହ୍ୟକୁ ଉଦ୍ଜୀବିତ କରିବା ସହିତ ଯାଜପୁରର ପରମ୍ପରାକୁ ବଜାୟ ରଖିବା ପାଇଁ ଅନୁଷ୍ଠାନର କଳାକାରମାନେ ବୋଇତ ବନ୍ଦାଣ କାର୍ଯ୍ୟକ୍ରକ କରିଥିଲେ । ଅନ୍ୱେଷଣର ଉପଦେଷ୍ଟା ହରିହର ସ୍ୱାଇଁ. ଏସ୍ କେ ସାଜିଦ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।