କଟକ ୦୮/୧୧/୨୦୨୨ (ଓଡ଼ିଶା ସମାଚାର)- ମହାନଦୀରେ ଗାଧେଇବା ବେଳେ ବୁଡି ଯାଇ ଜଣେ ବ୍ୟବସାୟୀ ନିଖୋଜ ହୋଇଛନ୍ତି । ନିଖୋଜ ବ୍ୟକ୍ତି ଜଣଙ୍କ ବିହାର ମାଧେପୁରର ମହମ୍ମଦ ଇର୍ସାଦ ବୋଲି ଜଣାପଡିଛି । ସେ ବାଲିଯାତ୍ରାରେ ଖେଳନା ବ୍ୟବସାୟ କରିବା ପାଇଁ ବିହାରରୁ ପରିବାର ସହ ଆସିଥିଲେ । ମଙ୍ଗଳବାର ସମ୍ପର୍କୀୟମାନଙ୍କ ସହ ଗାଧୋଇବା ସମୟରେ ବୁଡି ଯାଇଥିଲେ। ବାଲିଯାତ୍ରା ପଡିଆରେ ଥିବା ଅଗ୍ନିଶମ ବାହିନୀ ଖୋଜା ଖୋଜି ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ।