Wednesday , May 31 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ମନ୍ଦାକିନୀ ବୋଇତ ବନ୍ଦାଣ ଉତ୍ସବ ପାଳିତ

ମନ୍ଦାକିନୀ ବୋଇତ ବନ୍ଦାଣ ଉତ୍ସବ ପାଳିତ

ଖୋର୍ଦ୍ଧା, ୦୮/୧୧/୨୦୨୨ (ଓଡିଶା ସମାଚାର/ଦୀପକ ପ୍ରଧାନ) : ଚଳିତ ବର୍ଷ ପ୍ରଥମଥର ପାଇଁ ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ଛକ ସ୍ଥିତ ମନ୍ଦାକିନି ନଦୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଖୋର୍ଦ୍ଧାର ପୂର୍ବତନ ବିଧାୟକ ଦିଲ୍ଲୀପ କୁମାର ଶ୍ରୀଚନ୍ଦନଙ୍କ ପୈ।ରହିତ୍ୟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି।ମନ୍ଦାକିନୀ ନଦୀରେ ନର୍ମଦା ଓ ଗଗାଂ ଜଳ ପକାଇ ପବିତ୍ର ହୋଇଥିଲା। ଆଜି ସକାଳେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ହୋଇଛି।ଏହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଓଡ଼ିଶାର ପରମ୍ପରା କୁ ମନେପକାଇ ସାଧବ ବୋହୁମାନେ ରୀତିନୀତି ଅନୁଯାୟୀ ସାଧବ ଵୋହୁମାନେ ବନ୍ଦାପନା କରିଥିଲେ । ପରେ ସାଧବ ସାତପୂଅ ବୋଇତ ନେଇ ନୈବାଣିଜ୍ୟ କରିବାକୁ ମନ୍ଦାକିନି ନଦୀରେ ବୋଇତରେ ଯାତ୍ରା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସହିତ  ଖୋର୍ଦ୍ଧା ବିଧାୟକ ଯୋତିରିନ୍ଦ୍ର ନାଥ ମିତ୍ର,ବିଜେଡି ଦଳର ରାଜ୍ୟ ବରିଷ୍ଠ ଉପ ସଭାନେତ୍ରୀ ବାସନ୍ତୀ ମହାପାତ୍ର, ପୁରୀ ଜିଲ୍ଲା ବିଜେପି ସଭାପତି କ୍ରୁଷ୍ନ ଜଗଦେବ, ପୂର୍ବତନ ପ୍ରଶାସନିକ ଅଧିକାରୀ ଦେବରାଜ ସେନାପତିଙ୍କ ସହିତ ସ୍ଥାନୀୟ  ଆଖପାଖ ୨୦ଖଣ୍ଡ ଗ୍ରାମପଞ୍ଚାୟତ ନିର୍ବାଚିତ ଲୋକ ପ୍ରତିନିଧି ଓ ଶତାଧିକ ମହିଳା ପୁରୁଷମାନେ ଯୋଗଦେଇଥିଲେ।ସ୍ଥାନୀୟ ଅଂଚଳର ଯୁବକ ମାନଙ୍କୁ ସାଗଂରେ ଧରି ଏହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ହୋଇଛି।ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ସହିତ ରାମେଶ୍ୱର ପାନ୍ଥିକା ଠାରେ ଏକ ସାସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଓଡ଼ିଶାର କୋଣ ଅନୁକୋଣରୁ ବିଶିଷ୍ଟ ସିନେ କଳାକାର ମାନେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ ବିଶ୍ବଭୂଷଣ ଛୋଟରାୟ, ରମାକାନ୍ତ ମହାପାତ୍ର,ସୁନିଲ ନରେନ୍ଦ୍ର, ରଣଜିତ୍ ଜଗଦ୍ଦେବ,ବିଜୟ କୁମାର ରାଉତରାୟ ଓ ଅନ୍ୟମାନେ।

Leave a Reply

Your email address will not be published.