Monday , June 5 2023
Breaking News
Home / କ୍ରୀଡ଼ା / ବିପିନ ଦୁରିଆ ଓ ଭାଗବତ ଧଙ୍ଗଡ଼ାମାଝୀ ମେମୋରିଆଲ ନକ ଆଉଟ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

ବିପିନ ଦୁରିଆ ଓ ଭାଗବତ ଧଙ୍ଗଡ଼ାମାଝୀ ମେମୋରିଆଲ ନକ ଆଉଟ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

ଜୁନାଗଡ଼ , ୦୮/୧୧/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ହାଇ ସ୍କୁଲ ଖେଳ ପଡିଆ ଠାରେ ଜୁନାଗଡ଼ ଫୁଟବଲ କ୍ଲବ ଆନୁକୂଲ୍ୟ ରେ ବିପିନ ଦୁରିଆ ଓ ଭାଗବତ ଧଙ୍ଗଡ଼ାମାଝୀ ମେମୋରିଆଲ ନକଆଉଟ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚ ଦୁଇଟି ପର୍ୟ୍ୟାୟ ରେ ହୋଇଥିଲା । ପ୍ରଥମ ପର୍ୟ୍ୟାୟ ରେ ଅନୁଷ୍ଠିତ ମ୍ୟାଚ କର୍ଲାକୋଟ ଫୁଟବଲ କ୍ଲବ ଓ ବଙ୍କାପଲା ଫୁଟବଲ କ୍ଲବ ମଧ୍ୟ ରେ ହୋଇଥିଲା ଏଥିରେ ବଙ୍କାପଲା ଫୁଟବଲ କ୍ଲବ କୁ ୧ ଗୋଲ ରେ ହରାଇ କର୍ଲାକୋଟ ଫୁଟବଲ ଦଳ ବିଜୟୀ ହୋଇଥିଲା । ଏହାପରେ ଦ୍ଵିତୀୟ ପର୍ୟ୍ୟୟ ମ୍ୟାଚ ଝାର କୁଣ୍ଡାମାଲ ଫୁଟବଲ କ୍ଲବ ଓ ଗୁଡ଼ମର୍ଣ୍ଣି ଫୁଟବଲ କ୍ଲବ ଭବାନୀପାଟଣା ମଧ୍ୟରେ ହୋଇଥିଲା ଏଥିରେ ଉଭୟ ଦଳ କେହି କାହାକୁ ଗୋଲ ଦେଇପାରିନଥିବାରୁ ପେନାଲଟି କିକ କରା ଯାଇଥିଲା । ପେନାଲଟି ରେ ଭବାନୀପାଟଣା ଗୁଡ଼ ମର୍ନିଙ୍ଗ କ୍ଲବ ବିଜୟୀ ହୋଇଥିଲା । ଏହି ଉଦଘାଟନୀ ଦିବସ ରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବି. ଡି. ଓ ଦୁଲାରାମ ମାରାଣ୍ଡି ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ ସାହୁ ଯୋଗଦାନ କରିଥିଲେ । ଜୁନାଗଡ଼ ସମସ୍ତ ୱାର୍ଡ ର ୱାର୍ଡ ମେମ୍ବର ମାନେ ମଧ୍ୟ ଯୋଗଦାନ କରିଥିଲେ । ଏହି ମ୍ୟାଚ ରେ ରେଫରୀ ଭାବେ ନିର୍ମଳ ଦଣ୍ଡସେନା ଓ ଲାଇନ ମେନ ଭାବେ ଶେଷଦେବ ମଲ୍ଲିକ ଓ ନବୀନ ଶବର ଦାୟିତ୍ବ ତୁଲାଇ ଥିଲେ । ଏହି ଫୁଟବଲ ଖେଳ ଆଜି ଠାରୁ ଆରମ୍ଭ ହୋଇ ଏଗାର ତାରିଖ ଦିନ ଉଦଯାପନୀ ହେବ । ଜୁନାଗଡ଼ ଫୁଟବଲ କ୍ଲବ ସଭାପତି କାଳିଆ କନ୍ଦପାନ, ସମ୍ପାଦକ ସତୀଶ  ପ୍ରଧାନ ପ୍ରକାଶ କରିଛନ୍ତି  ।

Leave a Reply

Your email address will not be published.