Wednesday , May 31 2023
Home / ପର୍ଯ୍ୟଟନ ଓ ସଂସ୍କୃତି / ବାବୁଜଙ୍ଗ ରେ ବୋଇତ ବନ୍ଦାଣ ଉତ୍ସବ

ବାବୁଜଙ୍ଗ ରେ ବୋଇତ ବନ୍ଦାଣ ଉତ୍ସବ

ନିଶ୍ଚିନ୍ତକୋଇଲି, ୦୮/୧୧/୨୦୨୨(ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ବାବୁଜଙ୍ଗ ପଂଚାୟତରେ ୩୧ତମ କାର୍ତିକେଶ୍ୱର ପୂଜା ସହିତ ପବିତ୍ର ଚିତ୍ରୋତ୍ପଳା ନଦୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ୨୧ ନମ୍ବର ଜୋନ୍ ଜିଲା ପରିଷଦ ସଭ୍ୟା ଶ୍ରୀମତୀ ଶୁଭଶ୍ରୀ ମହାନ୍ତି ଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ କଟକ ସଦର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତକଳର କଳା ସଂସ୍କୃତିକୁ ବଂଚାଇ ରଖିଥିବା ଏହି ଅନୁଷ୍ଠାନକୁ ପ୍ରସଂଶା କରିବା ସହିତ ଉତ୍କଳର ସାଧବ ପୁଅ ମାନେ ଏହି ଦିନରେ ଜାଭା, ସୁମାତ୍ର, ବାଲି, ଇଣ୍ଡୋନେସିଆ ଆଦି ଅଂଚଳକୁ ବେପାର ବଣିଜ କରିବାକୁ ଯାଇ କିପରି ଧନ ଉପାର୍ଜନ କରୁଥିଲେ , ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରିଥିଲେ । ଏହି ଉପଲକ୍ଷେ ସାଧବ ମାନେ ନଦୀର ଅପର ପାଶ୍ୱର୍କୁ ଯିବା ସହିତ ଚାପ ଖେଳିଥିଲେ । ଏଥି ସହିତ ସ୍ଥାନୀୟ ସାଧବାଣୀମାନେ ସାଧବ ମାନଙ୍କୁ ବନ୍ଦାପନା କରିଥିଲେ । ପରେ ସମାଜସେବୀ ମନୋଜ କୁମାର ମହାନ୍ତି ଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଂଚ ମିଲନ କୁମାର ଭୂୟାଁ, ସମିତି ସଭ୍ୟ ଅଭୟ କୁମାର ଲେଙ୍କା, ଅଚ୍ୟୁତାନନ୍ଦ ଦାସ, ସମସେର ଅଲୀ ଖାଁ ଯୋଗଦେଇ ବୋଇତ ବନ୍ଦାଣ ଉତ୍ସବର ତାତପର୍ଯ୍ୟ ସମ୍ପର୍କରେ ମତ ରଖିଥିଲେ । ଏହି ଅବସରରେ ପୂଜା କମିଟି ଆନୂକୁଲ୍ୟରେ ଗାୟକ ସମ୍ରାଟ ସ୍ୱର୍ଗତ ବୈଷ୍ଣବ ଚରଣ ପ୍ରଧାନ ଙ୍କ ସ୍ମୃତି ଉପଲକ୍ଷେ ୪, ୫, ୬ ତିନି ଦିନ ବ୍ୟାପୀ ବାଦିପାଲା ଅନୁଷ୍ଠିତ ହୋଇଥିଲା । ଏହାକୁ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପାଲା ଗାୟକ ଲକ୍ଷ୍ମୀଧର ରାଉତ ଉଦଘାଟନ କରିଥିଲେ । ଶେଷରେ ରମାକାନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ବୋଇତ ବନ୍ଦାଣ ଉତ୍ସବ ଉପଲକ୍ଷେ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗ ଆଲୋକ ସଜା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published.