ନିରାକାରପୁର, ୦୮/୧୧/୨୦୨୨ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଡ଼ ବଜାରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସାଂସ୍କୃତିକ ଝଲକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ରାଉତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ
ରାଜ୍ୟ ମହିଳା ବିଜୁ ଜନତା ଦଳ ର ବରିଷ୍ଠ ଉପସଭାନତ୍ରୀ ବାସନ୍ତୀ ମହାପାତ୍ର ଯୋଗଦେଇ ଓଡ଼ିଶାର ଯୁବକ ସମାଜ ଅତୀତର କଥା ମାନେ ପକାଇ ସମାଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରି ବାକୁ ଆହ୍ବାନ କରିଥିଲେ। ଏହି ଅବସରରେ ଝଲକ ପରିବାର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସହ ହାସ୍ୟ ଅଭିନେତା ପପୁ ପମ ପମ ଉପସ୍ଥିତ ଦର୍ଶକମାନଙ୍କୁ ହସେଇ ହସେଇ ବେଦମ୍ କରିଥିଲେ।