କଟକ ସଦର, ୦୮/୧୧/୨୦୨୨ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିମେଇଶାପୁର ପଞ୍ଚାୟତ ନାହାଭଙ୍ଗା ଠାରେ ଅନୁଷ୍ଠିତ କାର୍ତ୍ତିକେଶ୍ୱର ପୂଜାର ୬୦ ଵର୍ଷ ପୂର୍ତ୍ତି ଉପଲକ୍ଷେ ଆଜି (ମଙ୍ଗଳବାର ଦିନ) ପୂଜା ମଣ୍ଡପ ଠାରେ ଆୟୋଜକ କମିଟି ପକ୍ଷରୁ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଓ ତାଙ୍କ ପତ୍ନୀ ଅଧ୍ୟାପିକା ଅନ୍ନପୂର୍ଣ୍ଣା ଜେନାଙ୍କୁ ଉଛ୍ୱସିତ ସମ୍ବର୍ଧନା ଦିଆ ଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ବ୍ଲକ୍ ପ୍ରତିନିଧି ବିଭୁତି ଭୁଷଣ ପରିଡ଼ା,
ଉକ୍ତ କମିଟିର ମୂଖ୍ୟ ପୁରୋଧା ତଥା କଟକ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ସମର ବେହେରା,ସଦର ଯୁଵ ବିଜେଡି ସଭାପତି ହିମାଂଶୁ ଦାସ, ବ୍ଲକ ଯୁଵ ବିଜେଡି ସଭାପତି ନିରଞ୍ଜନ ବେହେରା (ମଣିଆ),ମାନସ ରଂଜନ ରଣା (କାଳୁ), ପରମହଂସ ସରପଞ୍ଚ ଅଶୋକ ପାତ୍ର,ଆୟତପୁର ସରପଞ୍ଚ ରାକେଶ ବେହେରା,ପୂର୍ଵତନ ସରପଞ୍ଚ ତ୍ରିଲୋଚନ ସ୍ବାଇଁ, ଜତିନ୍ଦ୍ର ରାଉଳ, ପୂର୍ବତନ ସମିତି ସଭ୍ୟ ତପନ ଓଝା,ସୁଵୋଧ ବେହେରା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅଧିକାରୀ ସୁଶାନ୍ତ ମହନ୍ତ, ସଭାପତି ନାରାୟଣ ମହନ୍ତ,ଉପ ସଭାପତି ଅନନ୍ତ ବେହେରା, ସଂପାଦକ ଶୁଭ୍ରଜିତ୍ ବେହେରାଙ୍କ ସମେତ ସମସ୍ତ ଗ୍ରାମବାସୀ ସହାୟତା ପ୍ରଦାନ କରିଥିଲେ। ଆସନ୍ତା କାଲି ଭସାଣି ଉତ୍ସବ ଅନୁଷ୍ଠିତ ହେଵ ଵୋଲି ଆୟୋଜକ କମିଟି ପକ୍ଷରୁ ଜଣାଯାଇଛି ।
Home / ବିଶେଷ / ନାହାଭଙ୍ଗା କାର୍ତ୍ତିକେୟ ପୂଜା କମିଟିର ୬୦ ଵର୍ଷ ପୂର୍ତ୍ତି ଉପଲକ୍ଷେ ବିଧାୟକ ଦମ୍ପତିଙ୍କୁ ସମ୍ବର୍ଧନା