Sunday , May 28 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଚନ୍ଦ୍ରଗ୍ରହଣ ପାଇଁ ରାତି ଅଧରେ କଟକ ସଦର ଅଞ୍ଚଳରେ ଡଙ୍ଗା ଭସା ଓ ଦେବନୀତି ସମ୍ପନ୍ନ

ଚନ୍ଦ୍ରଗ୍ରହଣ ପାଇଁ ରାତି ଅଧରେ କଟକ ସଦର ଅଞ୍ଚଳରେ ଡଙ୍ଗା ଭସା ଓ ଦେବନୀତି ସମ୍ପନ୍ନ

କଟକ ସଦର, ୦୮/୧୧/୨୦୨୨ (ଓଡ଼ିଶା ସମାଚାର ଵିଷ୍ଣୁ ବେହେରା):ଆଜି ମଙ୍ଗଳବାର ଚଳିତ ଵର୍ଷର ଶେଷ ଚନ୍ଦ୍ରଗ୍ରହଣ। ଦୃଶ୍ୟମାନ ହେଵ ଶେଷପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ସଂଧ୍ୟା ୫.୫ ମିନିଟ୍ ରେ ଦୃଶ୍ୟମାନ ହୋଇ ୬.୧୮ ମିନିଟ୍ ପର୍ଯ୍ୟନ୍ତ ରହିଵ। ଏହି ମହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ଦେଖିହେଵ । ଏଥିପାଇଁ ଭୂଵନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ହୋଇଛି ସ୍ୱତନ୍ତ୍ର ଆୟୋଜନ। ଏଥିପାଇଁ ଶାସ୍ତ୍ର ମତରେ ଆଜି ଭୋର ପୂର୍ବରୁ ଅର୍ଥାତ୍ ଅଧ ରାତିରେ କଟକ ସଦର ର କନ୍ଦରପୁର ,ଵୈୟାଳିଶମୈ।ଜା, କିଶନନଗର, ନେମାଳ,ଵିଲହାଟ ପ୍ରଭୃତି ଅଞ୍ଚଳରେ ଦେବନୀତି ସହ ପବିତ୍ର ଡଙ୍ଗାଭସା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାଇ ଆଲୁଅର ଏହି ଖେଳ ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ଏକ ସରଳରେଖାରେ ପଡିଵା ଯୋଗୁ ଚନ୍ଦ୍ର କିଛି ସମୟ ପାଇଁ ଘୋଡାଇ ହୋଇଯାଏ।

କାର୍ତ୍ତିକ ପୂର୍ଣ୍ଣିମା -ସନାତନ ଧର୍ମରେ ସଵୁ ମାସର ପୂର୍ଣ୍ଣିମା ଅପେକ୍ଷା କାର୍ତ୍ତିକ ପୂର୍ଣ୍ଣିମା ତିଥିର ବିଶେଷ ମହତ୍ତ୍ଵ ରହିଛି। କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥିକୁ କାର୍ତ୍ତିକ ପୂର୍ଣ୍ଣିମା ବୋଲି କୁହାଯାଏ। କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ଆରମ୍ଭ ସୋଇଥିବା ଏହି ଉତ୍ସବ ଏହି ପୂର୍ଣ୍ଣିମା ତିଥିରେ ଉଦଯାପିତ ହୋଇଥାଏ। ଏହି ଦିନଟି ଉତ୍କଳର ଐତିହ୍ୟ,ସାଧଵପୁଅଙ୍କ ଲେଉଟାଣିର କାହାଣୀ କହେ। ବାଣିଜ୍ୟ ପାଇଁ ଯାଇଥିବା ନୈ।କା ଯୋଗେ ଯାଇଥିବା ସାଧଵ ପୁଅମାନେ ଆଜିର ପୂର୍ଣ୍ଣିମା ଦିନରେ ପ୍ରତ୍ୟାବର୍ତ୍ତନ କରିଥିବାରୁ ଏହି ଦିନକୁ ଐତିହ୍ୟ ଭାବେ ପୁରପଲ୍ଲୀରେ ଵୋଇତ ଵନ୍ଦାଣ ଵା ଡଙ୍ଗାଭସା କରାଯାଏ। ଆଜିର ଦିନକୁ ମଧ୍ୟ ଦେଵ ଦୀପାବଳୀ ଭାବେ ପାଳନ କରାଯାଇଥାଏ। ପୂର୍ଣ୍ଣମୀର ପାଞ୍ଚ ଦିନ ପୂର୍ବରୁ ପାଞ୍ଚ ଦିନ ବ୍ୟାପୀ ପଞ୍ଚକ ଵ୍ରତ ପାଳନ ହେବା ସହିତ ତୁଳସୀ ଚଉରା ମୂଳରେ ରଙ୍ଗ ମୁରୁଜ ପକାଯାଇଥାଏ। ବିଶେଷକରି ଓଡିଶାରେ ହଵିଷ୍ୟାଳୀମାନେ ଏକ ମାସ ବ୍ୟାପୀ ମହାକାର୍ତିକ ଵ୍ରତ ପାଳନ କରନ୍ତି । ଏହି ଧର୍ମ ମାସ ସାରା ଆମିଶ ଛାଡିଥିବା ଲୋକେ ପୂର୍ଣ୍ଣିମା ପରଦିନ ଛାଡଖାଇ ପାଳନ କରନ୍ତି ।

Leave a Reply

Your email address will not be published.