Sunday , May 28 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / କାର୍ତିକେଶ୍ୱର ପୂଜା ଉତ୍ସବ ଉଦଯାପିତ 

କାର୍ତିକେଶ୍ୱର ପୂଜା ଉତ୍ସବ ଉଦଯାପିତ 

ଗରଦପୁର, ୦୮/୧୧/୨୦୨୨(ଓଡ଼ିଶା ସମାଚାର)- ନଡ଼ିଆବରାଇ ପଂଚାୟତସ୍ଥିତ ଓଉପଡ଼ା ଗ୍ରାମର ବଟ ମହାପୁରୁଷ କାର୍ତିକେଶ୍ୱର ପୂଜା କମିଟି ପକ୍ଷରୁ ୪୨ତମ ପୂଜା ଉତ୍ସବ ଉଦଯାପିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କମିଟିର ସଭାପତି ରଶ୍ମିରଂଜନ ପ୍ରଧାନ ସଭାପତିତ୍ୱ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୟ ଅଗ୍ରୱାଲା ଯୋଗଦେଇ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ବିଜେଡ଼ି ସଭାପତି ଶଶାଙ୍କ ଶେଖର ପରିଡ଼ା, ସରପଂଚ ଅମିୟ ଜେନା, ଜ୍ୟୋତ୍ସ୍ନା ମୟୀ ବେହେରା , ଅଂଜୁ ଅଗ୍ରୱାଲା, ଅମିୟ ପରିଜା ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଙ୍କ ଦ୍ୱାରା ଉଜ୍ୱଳ ଆଲୋକ ଉଦଘାଟିତ ହେବା ସହିତ ସୋନପୁର ଜିଲାର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉତ୍ସବରେ ସଙ୍ଗୀତ ନିର୍ଦ୍ଧେଶକ ସତ୍ୟପ୍ରକାଶ ଦାସ ଙ୍କ ସମେତ କୃତୀ ପ୍ରତିଭାମାନଙ୍କୁ ସମ୍ମାନୀତ କରାଯାଇଥିଲା । ପୂଜା କମିଟି ପକ୍ଷରୁ ସାପ ଧରାଳି ଉଦୟନାଥ ଚୌଧୁରୀଙ୍କୁ ସାପ ଧରା କିଟ୍ ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଭାତ ପ୍ରଧାନ, ଅବିନାଶ ପ୍ରଧାନ ,ସୌମ୍ୟ ରଂଜନ ପ୍ରଧାନ , ନିର୍ମଳ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବାବେଳେ ତପନ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published.