Saturday , June 10 2023
Breaking News
Home / ବିଶେଷ / ଓଏଏସ୍ ସ୍ତରରେ ଅଦଳବଦଳ

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୦୮/୧୧/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟ ସରକାର ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ରାଜ୍ୟ ପ୍ରଶାସନରେ କାର୍ଯ୍ୟରତ ୮ ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ବଦଳି କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ମନୋଜ କୁମାର ପାଢୀଙ୍କୁ ରାଜ୍ୟ ସରକାରଙ୍କ ଏସଟି,ଏସସି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ସୂଚାରୁ କୁମାର ବଳଙ୍କୁ ବାଲେଶ୍ୱର ଜିଲ୍ଲା ଏଡିଏମ୍ , ପ୍ରତାପ ଚନ୍ଦ୍ର ବେଉରାଙ୍କୁ ଖୋର୍ଦ୍ଧା ଜିଲ୍ଲା ଏଡିଏମ୍ , ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଅତିରିକ୍ତ ଇଓ ଭାବେ ଗଞ୍ଜାମ ଜିଲ୍ଲା ପରିଷଦରେ ନୂତନ ନିଯୁକ୍ତି ଦିଆଯାଇଛି। ସେହିପରି କମଲଜିତ୍ ଦାସଙ୍କୁ କଟକ ଜିଲ୍ଲା ସବ୍-କଲେକ୍ଟର, ସୁବ୍ରତ କୁମାର ବେହେରାଙ୍କୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିଃ ଜିଏମ୍(ପ୍ରଶାସନ), ମନୋରଞ୍ଜନ ସାହୁଙ୍କୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିଃରେ ଜି.ଏମ୍ (ସାମାଜିକ ପ୍ରକଳ୍ପ) ଏବଂ ଇତିଶ୍ରୀ ନାୟକଙ୍କୁ ପୁରୀ ଜିଲ୍ଲାପାଳ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଭାବେ ଅବସ୍ଥାପିତ କରାଯାଇଛି। ଇତିଶ୍ରୀଙ୍କ ପୂର୍ବ ନିଯୁକ୍ତିକୁ ବାତିଲ୍ କରାଯାଇଛି।

Leave a Reply

Your email address will not be published.