Sunday , May 28 2023
Breaking News
Home / ବିଶେଷ / ସମାଜସେବୀ ଗୋଲେଖଙ୍କ ବିୟୋଗରେ ଶୋକ

ସମାଜସେବୀ ଗୋଲେଖଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା,୦୭/୧୧/୨୦୨୨(ଓଡ଼ିଶା ସମାଚାର)- ସମାଜସେବୀ ଗୋଲେଖ ବିହାରୀ ମହାପାତ୍ରଙ୍କ ୭୫ବର୍ଷ ବୟସରେ ପରଲୋକ ହୋଇଯାଇଛି । ବ୍ରାହ୍ମଣମାନଙ୍କ ପାଇଁ ସେ ଉଦାହରଣ ଥିଲେ । ନିଜର ସଚ୍ଚୋଟ ବ୍ୟକ୍ତିତ୍ୱ ଓ କାର୍ଯ୍ୟଧାରା ପାଇଁ ସେ ଅଳରେ ବେଶ ପରିଚିତ ଥିଲେ । ସମାଜରେ ଧାର୍ମିକ ଭାବନା ସୃଷ୍ଟି କରିବା ଭଳି କାର୍ଯ୍ୟଦକ୍ଷତା ବଳରେ ସାଧାରଣ ଲୋକଙ୍କ ନିକଟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କର ବିୟୋଗ ଖବର ପ୍ରଚାରିତ ହେବା ପରେ ତାଙ୍କ ଜନ୍ମଭୂମି ଗରଦପୁର ବ୍ଲକ ଅଧିନ ଭଦାଳ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଗତ ରବିବାର ସନ୍ଧ୍ୟାରେ ହଠାତ ତାଙ୍କ ଶରୀର ଅସୁସ୍ଥ ହୋଇପଡିଥିଲା । ତାଙ୍କ ସାନଭାଇ ଜାନକୀକାନ୍ତ ମହାପାତ୍ର ଓ ପୁତୁରା ଶୁଭେନ୍ଦୁ ମହାପାତ୍ର ନିକଟସ୍ଥ ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ତୁରନ୍ତ ନେଇଯାଇଥିଲେ । ସେଠାରେ କିଛି ସମୟ ଚିକିତ୍ସା ହେବା ପରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ସ୍ଥାନୀୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ସାନଭାଇ ଜାନକୀ, ପୁତୁରା ଶୁଭେନ୍ଦୁ, ଜ୍ୱାଇଁ ଦହରି, ଝିଅ ନିହାରିକା ମହାପାତ୍ର, ପୁଅ ସଂଗ୍ରାମ ମହାପାତ୍ର, ଆଶୁତୋଷ ପତି, ମନୋରଞ୍ଜନ ଶତପଥୀ, ନାରଣ ଶତପଥୀ, ଅଧିକାରୀ ହୃଷିକେଶ ଦାଶଙ୍କ ସମେତ ବନ୍ଧୁବାନ୍ଧବ, ଜ୍ଞାତିକୁଟୁମ୍ବମାନେ ଉପସ୍ଥିତଥିଲେ । ଖବର ପାଇ ଗରଦପୁର ପଂଚାୟତ ସରପଂଚଙ୍କ ପ୍ରତିନିଧି ତଥା ସମାଜସେବୀ ରମାକାନ୍ତ ବେହେରା ସ୍ୱର୍ଗତ ମହାପାତ୍ରଙ୍କ ଭାସଭବନରେ ପହଂଚି ଶୋକବ୍ୟକ୍ତ କରିଥିଲେ ।

Leave a Reply

Your email address will not be published.