Thursday , June 8 2023
Breaking News
Home / ବିଶେଷ / ଶ୍ରୀ ରାଧାମାଧବ ଙ୍କ ପୀଠ ରେ ପବିତ୍ର କାର୍ତିକ ରାସ ଉତ୍ସବ

ଶ୍ରୀ ରାଧାମାଧବ ଙ୍କ ପୀଠ ରେ ପବିତ୍ର କାର୍ତିକ ରାସ ଉତ୍ସବ

ନିଶ୍ଚିନ୍ତକୋଇଲି,୦୭/୧୧/୨୦୨୨(ଓଡିଶା ସମାଚାର/ ଅଭୟ ଜେନା ) – ନିଶ୍ଚିନ୍ତକୋଇଲି ବ୍ଲକର ଜନାର୍ଦ୍ଦନପୁର ଶ୍ରୀ ରାଧାମାଧବ ଙ୍କ ପୀଠ ରେ ଶରଦ ରାସ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ସାତ ଦିନ ବ୍ୟାପୀ ଭାଗବତ ପାଠ, ସଂକୀର୍ତନ ଓ ଭଜନ ଆଦି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ତିକ ପୂର୍ଣ୍ଣମୀ ଦିନ ଚନ୍ଦ୍ର ଗ୍ରହଣ ଅନୁଷ୍ଠିତ ହେଉଥିବାରୁ ସୋମବାର  ଚତୁର୍ଦଶୀ ଦିନ ସମସ୍ତ ଵିଧି  ବିଧାନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଶିଷ୍ଟ ପାଲା ଗାୟକ ଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା । ରାଧାମାଧବ ମଠ  ର ମହନ୍ତ ଶ୍ରୀ ବିପ୍ର ଚରଣ ଦାସ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ସମସ୍ତ ଆଧ୍ୟାତ୍ମିକ କାର୍ୟ୍ୟକ୍ରମ କୁ  ବିକ୍ରମ ଦାସ, ବଳରାମ ଦାସ ଓ ନିରାକାର ବେହେରା ଙ୍କ ସମେତ ଗ୍ରାମବାସୀ ମାନେ ପରିଚାଳନା ରେ ସହାୟତା କରିଥିଲେ ।

Leave a Reply

Your email address will not be published.