ଜୁନାଗଡ଼ ୦୭/୧୧/୨୦୨୨(ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ରାଜପୁର ଗ୍ରାମ ପଞ୍ଚାୟତ ଠାରେ ବ୍ଲକ୍ ସ୍ତରୀୟ ଜନଶୁଣାଣୀ ଅନୁଷ୍ଟିତ ହୋଇଛି । ଏଥିରେ ବ୍ଲକ୍ ଅଧ୍ୟକ୍ଷା ସବିତା ମେହେର ଯୋଗ ଦେଇଥିବା ବେଳେ ବିଡ଼ିଓ ତୁଲ।ର।ମ୍ ମାରାଣ୍ଡି, ବ୍ଲକ୍ ଉପାଧ୍ୟକ୍ଷ ପ୍ରମୋଦ କୁମାର ବେହେରା, ତହସିଲଦ।ର ,ଜିପିଓ ରାଜେନ୍ଦ୍ର ପ୍ରସାଦ ଭୋଇ, ବି ଏସ ଏସ ଓ ତୁଷାର ରଞ୍ଜନ ସାହୁ, ଏଇ ସୁଜିତ କୁମାର ଭୂୟାଁ, ପ୍ରସାଦ ରାୟଗୁରୁ,ଜିଲ୍ଲା ପରିଷଦ ସଭ୍ୟ ସଙ୍ଗୀତ ଖର୍ସେଲ ସରପଞ୍ଚ ଗଜିନ୍ଦ୍ର ମାଝୀ , ସମିତି ସଭ୍ୟ ଲେଲି ଖର୍ସେଲ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ପଞ୍ଚାୟତର ଶତାଧିକ ଜନସାଧାରଣ ବିଭିନ୍ନ ସମସ୍ୟା ନେଇ ଜନଶୁଣାଣୀ ରେ ଅଭିଯୋଗ କରିଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ୪୩, ଗୃହ ପାଇଁ ୫୬୮, ରାଶନ କାର୍ଡ ପାଇଁ ୯୭, ଏବଂ ଅନ୍ୟାନ୍ୟ ସମସ୍ୟା ପାଇଁ ୨୨ ରୁ ଉର୍ଦ୍ଧ ହିତାଧିକାରୀ ଆବେଦନ କରିଥିଲେ । ସେଥି ମଧ୍ୟରୁ ସମ୍ଭବତଃ ସମସ୍ୟାର ସମାଧାନ ପାଇଁ ବିଡ଼ିଓ ପ୍ରତିଶ୍ରୁତି ଦେଇଥିବାବେଳେ ଅନନ୍ୟା ବିଭାଗ ର କର୍ମଚାରୀଙ୍କୁ ଅଭିଯୋଗ ଫଇସଲ। ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜନଶୁଣାଣୀ ରେ ଆବେଦନ କରାଯାଇଥିବା ହିତାଧିକାରୀଙ୍କୁ ଯଥା ଶୀଘ୍ର ସମାଧାନ ଦିଗରେ ପଦକ୍ଷେପ ନିଆଯିବା କୁ ବ୍ଲକ୍ ଅଧକ୍ଷା ଶ୍ରୀମତୀ ମେହେର ପ୍ରକାଶ କରିଥିଲେ । ଏଥିରେ ବ୍ଲକ୍ କର୍ମଚାରୀ ସନ୍ଧ୍ୟାର।ଣି ଗଡତିକା, ରୋହିତ ସାହୁ, ଜିଆର ଏସ ପ୍ରଶାନ୍ତ ଶେଖର ପାଢ଼ୀ, ପିଇ ଓ ଆକାଶ କୁମାର ସାହୁ, ଗଣେଶ ଦୁର୍ଗା, ପ୍ରମୁଖ ଉପସ୍ଥିତ ରହି କାର୍ଯ ତୁଲାଇଥିଲେ ।