Sunday , May 28 2023
Breaking News
Home / ବିଶେଷ / ମାଙ୍କଡା ପଥର ଖଣିରେ ଚଢ଼ାଉ ,ଗୋଟିଏ ଜେସିବି ଓ ଗୋଟିଏ ଟ୍ରକ ଜବତ – ଜଣେ ଗିରଫ

ମାଙ୍କଡା ପଥର ଖଣିରେ ଚଢ଼ାଉ ,ଗୋଟିଏ ଜେସିବି ଓ ଗୋଟିଏ ଟ୍ରକ ଜବତ – ଜଣେ ଗିରଫ

ନିରାକାରପୁର, ୦୭/୧୧/୨୦୨୨(ଓଡ଼ିଶା ସମାଚାର)- ନିରାକାରପୁର ରାଜସ୍ୱ ସର୍କଲ ଅଞ୍ଚଳରେ ଦିନକୁ ଦିନ ବେଆଇନ ଭାବେ ମାଙ୍କଡ଼ା ପଥର ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ଷ୍ପଷ୍ଟ ଦିବାଲୋକରେ ନିର୍ଭୟରେ ମାଙ୍କଡ଼ା ପଥର ବୋଝେଇ କରି ନେଉଛନ୍ତି ପଥର ମାଫିଆ ।ନିତିଦିନିଆ ବ୍ୟବସାୟ ରେ ପରିଣତ ହୋଇ ସରକାରଙ୍କ ରାଜସ୍ବ ଲୁଟ କରି ଲକ୍ଷ୍ ଲକ୍ଷ୍ ଟଙ୍କା ରୋଜଗାର କରି ମାଲା ମାଲ ହେଉଛନ୍ତି ଖଣି ମାଫିଆମାନେ। ଏହା ଦ୍ବାରା ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି । ଆଜି ଖବର ପାଇ ଟାଗିଂ ତହସିଲଦାର ଓ ନିରାକାରପୁର ଥାନା ଆଇଆଇସିଙ୍କ ନେତୃତ୍ବରେ ଖଜୁରିପଡାରେ ଚାଲିଥିବା ବେଆଇନ ଖଣିରେ ଚଢ଼ାଉ କରି ଗୋଟିଏ ଜେସିବି ମେସିନ ଓ ମାଙ୍କଡା ପଥର ବୋଝେଇ ଟ୍ରକ ଜବତ କରିବା ସହିତ ଜଣେ ଡ୍ରାଇଭର କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଡ୍ରାଇଭର ଜଣଙ୍କ ତେନ୍ତୁଳିମୂଳ ଗ୍ରାମର ଦୁର୍ଯ୍ୟୋଧନ ପାଲଟାସିଂହ।ପୋଲିସ ଥାନାରେ ଗାଡି,ଡ୍ରାଇଭର ଓ ଜେସିବି ନାମରେ ୨୨୦/୨୨ରେ ମାମଲା ରୁଜୁ ହୋଇଛି ମାମଲା କରିଥିବା ସୂଚନାରୁ ଜଣାପଡିଛି।

Leave a Reply

Your email address will not be published.