ଭୁବନ ୦୭/୧୧/୨୦୨୨(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ବାବା ବୁଦ୍ଧେଶ୍ୱରଙ୍କ ପବିତ୍ର ପୀଠରେ ପ୍ରସିଦ୍ଧ ବାଲିଯାତ୍ରା ପାଳିତ ହୋଇଯାଇଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରାୟ ୧୦ ହଜାର ରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ପାହାନ୍ତା ପ୍ରହରରେ ପୂଣ୍ୟତୋୟା ବ୍ରାହ୍ମଣୀ ନଦୀରେ କାର୍ତିକ ବୁଡ ପକାଇ ଡଙ୍ଗାଭସାଇ ପ୍ରାତଃ ସମୟରେ ଆରାଧ୍ୟଦେବତା ବାବା ବୁଦ୍ଧେଶ୍ୱରଙ୍କୁ ଦର୍ଶନକରି କୋଟି ଜନ୍ମର ପୂଣ୍ୟ ଲାଭ କରିଥିଲେ । ମାସକ ଯାକ ହବିଷ କରୁଥିବା ହବିଷ୍ୟାଳୀ ମାନେ ରାଧାଗୋବିନ୍ଦଙ୍କ ପୂଜା ବଭିନ୍ନ ଢଙ୍ଗରେ କରି ବ୍ରତ ସମାପନ କରିଥିଲେ । ବଡିଭୋରୁ ଅପରାହ୍ନ ପର୍ଯ୍ୟନ୍ତ ମନ୍ଦିରରେ ପ୍ରବଳ ଭିଡ ହୋଇଥିଲା ଓ ଭକ୍ତମାନେ ଧାଡିରେ ଯାଇ ଠାକୁର ଦର୍ଶନ କରିଥିଲେ । ତୈଳିକ ବୈଶ୍ୟ ସମାଜ ତରଫରୁ ଆକର୍ଷଣୀୟ ବୋଇତ ବନ୍ଦାଣ ଉସôବ ଅନୁଷ୍ଠିତ ହୋଇଥିଲା । ପ୍ରସିଦ୍ଧବରା ଘୁଘୁନି ସାଙ୍ଗକୁ ଠୁଙ୍କାପୁରୀ, ଚାଟ୍, ଦହିବରା, ଦୋସା, ଫାଷ୍ଟଫୁଡ ଦୋକାନ , ହରେକମାଲ, ମନୋହରି ଦୋକାନ ,ଆଇସକ୍ରିମ ପାର୍ଲର ଉଠା ଦୋକାନ ଏବଂ ଡଲା, କୁଲା ,ଟୋପି , ବୋଝ ଓ ଅନ୍ୟାନ୍ୟ ଲୁହାଲତା ଦୋକାନ ର ପସରା ମେଲିଥିଲା । ଲୋକମାନେ ହାଟ ବଜାରରେ ମିଳୁନଥିବା ବିଭିନ୍ନ ସାମଗ୍ରୀ କିଣିଥିଲେ । ଆର୍ଯ୍ୟ ସମାଜ ତରଫରୁ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଟିତ ହୋଇଥିଲା । ଚଳିତବର୍ଷ ବାଲିଯାତ୍ରାରେ ପ୍ରାୟ ୨୦ ହଜାରରୁ ଉଦ୍ଧ୍ୱର୍ ଜନସମାଗମ ହୋଇଥିଲା । ମନ୍ଦିର ପରିଚାଳନା କମିଟି ସଭ୍ୟମାନେ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିବା ବେଳେ ଭୁବନ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ୧ ପ୍ଲାଟୁନ ପୋଲିସଫୋର୍ସ ଙ୍କ ଜରିଆରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା । ଚଳିତବର୍ଷ ପ୍ରଥମ ଥର ପାଇଁ ପୁରୁଷୋତମପୁର ଶାସନ ରୁ ରାଧାକୃଷ୍ଣ ଠାକୁର ଆସିନଥିଲେ କି ହରିହର ଭେଟ ହୋଇନଥିଲା । ଆସନ୍ତା କାଲି ଚନ୍ଦ୍ରଗ୍ରହଣ ସକାଶେ ମନ୍ଦିର ବନ୍ଦ ରହିବ କିନ୍ତୁ ବାଲିଯାତ୍ରା ହେବ ବୋଲି ମନ୍ଦିର କମିଟି ନିଷ୍ପତି ନେଇଛି ।