Sunday , May 28 2023
Breaking News
Home / ତାଜା ଖବର / ପାରିବାରିକ କଳହରୁ ବଡ଼ଭାଇ ର ଛୁରାମାଡ଼ରେ ସାନଭାଇର ମୃତ୍ୟୁ

ପାରିବାରିକ କଳହରୁ ବଡ଼ଭାଇ ର ଛୁରାମାଡ଼ରେ ସାନଭାଇର ମୃତ୍ୟୁ

କଟକ, ୦୭/୧୧/୨୦୨୨(ଓଡ଼ିଶା ସମାଚାର)- ପାରିବାରିକ କଳହରୁ କଟକ ସହର ର ଦରଘା ବଜାର ଥାନା ଅଂଚଳରେ ଏକ ହତ୍ୟାକାଣ୍ଡ ଘଟିଛି। ବଡ଼ଭାଇ ର ଛୁରାମାଡ଼ରେ ସାନଭାଇର ଜୀବନ ଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ବାଉଁଶ ଗଳି ଅଞ୍ଚଳର ବଡ଼ ଭାଇ ଅଜିମୁଲ୍ଲାଖାନର ଛୁରାମାଡ଼ରେ ସାନ ଭାଇ ସଫିଉଲ୍ଳା ଖାନର ମୃତ୍ୟୁ ଘଟିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିଲେ ବି ପାରିବାରିକ କଳହରୁ ଏହି ଘଟଣା ଘଟିଥିବା କୁହାଯାଉଛି। ଦରଘା ବଜାର ଥାନା ପୁଲିସ ବଡ଼ଭାଇ ଅଜିମୁଲ୍ଲା କୁ ଅଟକ ରଖି ପଚରା ଉଚୁରା ଛି। ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦରଘା ବଜାର ଥାନା ପୁଲିସ ତଦନ୍ତ କରୁଛି।

Leave a Reply

Your email address will not be published.