Sunday , May 28 2023
Breaking News
Home / ବିଶେଷ / ପାଟକୁରା ରେ ‘ପଲ୍ଲୀରେ ପ୍ରଶାସନ’ କାର୍ଯ୍ୟକ୍ରମ

ପାଟକୁରା ରେ ‘ପଲ୍ଲୀରେ ପ୍ରଶାସନ’ କାର୍ଯ୍ୟକ୍ରମ

ଗରଦପୁର, ୦୭/୧୧/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅର୍ନ୍ତଗତ ପାଟକୁରା ପଂଚାୟତ କାର୍ଯ୍ୟାଳୟ ପରିସରରେ ଆଜି ପଂଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ‘ପଲ୍ଲୀରେ ପ୍ରଶାସନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଟକୁରା ପଂଚାୟତର ସରପଂଚ ଗୀତାଞ୍ଜଳୀ ମହାନ୍ତିଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗରଦପୁର ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଗରଦପୁର ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଉଦଘାଟନ କରି ଥିଲେ । ସରକାରଙ୍କ ବିଭିନ୍ନ ଯୋଜନା ଅଧିନସ୍ଥ ସରକାରୀ ଯୋଜନା ଲୋକମାନଙ୍କ ନିକଟରେ ପହଂଚାଇବା ଓ ଲୋକମାନଙ୍କ ଅଭିଯୋଗ ଆଧାରରେ ସମସ୍ୟାଗୁଡିକର ସମାଧାନ କରିବା ମୂଳ ଲକ୍ଷ୍ୟ ବୋଲି ବିଡିଓ ଧର୍ମ ରଂଜନ ପଣ୍ଡା କହିଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୧୯୯ଗୋଟି ଅଭିଯୋଗ ମିଳିଥିଲା । ସେଥି ମଧ୍ୟରୁ ସର୍ବାଧିକ ୭୫ଗୋଟି ଆବାସ ଯୋଜନା,ବାର୍ଦ୍ଧକ୍ୟ ଭତା,ରାସନ କାର୍ଡ ,ଆଧାର ସଂଶୋଧନ, ୫ବର୍ଷରୁ କମ୍ ପିଲାମାନଙ୍କ ପାଇଁ ନୂତନ ଆଧାର କାର୍ଡ, କୃଷି, ଉଦ୍ୟାନ କୃଷି, ଶ୍ରମିକ କାର୍ଡ. ଗ୍ରାମ୍ୟ ପାନୀୟଜଳ ଯୋଗାଣ ,ସ୍ୱୟଂସହାୟିକା ଗୋଷ୍ଠୀ ଓ ମତ୍ସ୍ୟ ବିଭାଗ ଆଦି ଅର୍ନ୍ତଭୁକ୍ତ ଥିବାବେଳେ, ୪୦ଗୋଟି କେବଳ ସ୍ୱାସ୍ଥ୍ୟ ସମ୍ପର୍କିତ ରହିଛି । ସେହିପରି ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ୩୦ଗୋଟି ପ୍ରାଣୀଙ୍କୁ ଚିକିତ୍ସା କରାଯାଇଥିବାବେଳେ,୫୦ଗୋଟି ପ୍ରାଣୀଙ୍କୁ ପ୍ରତିଷେଧକ ଟୀକା ପ୍ରଦାନ କରାଯିବା ସମ୍ପର୍କରେ ରହିଥିଲା ।ଏହି କାର୍ଯ୍ୟକ୍ରମରେ ଗରଦପୁର ତହସିଲର ଅତିରିକ୍ତ ତହସିଲଦାର ମହମ୍ମଦ ପରଭେଜ୍,ଗରଦପୁର ବ୍ଳକର ଅତିରିକ୍ତ ବିଡିଓ ପ୍ରଶାନ୍ତ କୁମାର ଜେନା,ପାଟକୁରା ପଂଚାୟତର ସମିତି ସଭ୍ୟ ରାକେଶ ମହାପାତ୍ର , ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ମୃଣ୍ମୟ ରାଉତ ,ଗରଦପୁର ବ୍ଳକ୍ର ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ,ବ୍ଳକ୍ ଯୋଗାଣ ନିରିକ୍ଷକ ସ୍ୱରୂପ କୁମାର ଦାସ,ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଆଲୋକ କୁମାର ପତି , ଓଡିଶା ଜୀବିକା ମିଶନ୍ ର ବ୍ଲକ୍ ସଂଯୋଜକ ରଶ୍ମିରେଖା ସାହୁ ପ୍ରମୁଖ ଉପସ୍ଥିତ ରହି ଲୋକମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଟକୁରାର ପୂର୍ବତନ ସରପଂଚ ଶୈଳେନ୍ଦ୍ର କୁମାର ମହାନ୍ତି,ନାଏବ ସରପଂଚ ସୁକାନ୍ତ କୁମାର ସାମଲଏବଂ ସମସ୍ତ ୱାର୍ଡର ୱାର୍ଡ ସଭ୍ୟ/ସଭ୍ୟାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.