Wednesday , May 31 2023
Home / ତାଜା ଖବର / ଦୁର୍ଘଟଣାରେ କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡ଼. ସୁନୀତି ମୁଣ୍ଡ ଆହତ

ଦୁର୍ଘଟଣାରେ କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡ଼. ସୁନୀତି ମୁଣ୍ଡ ଆହତ

ଜୁନାଗଡ଼, ୦୭/୧୧/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ନିକଟରେ ଭାଜପା ନେତ୍ରୀ ତଥା କଳାହାଣ୍ଡି ବିକାଶ ପରିଷଦ ର ଅଧ୍ୟକ୍ଷା ଡ଼. ସୁନୀତି ମୁଣ୍ଡ ଦୁର୍ଘଟଣାରେ  ଆହତ ହୋଇଛନ୍ତି।
ସୁନୀତି ମୁଣ୍ଡ ନିଜ କାରରେ ମହିଚଲା ଗ୍ରାମକୁ ଯାଉଥିବା ବେଳେ ହଠାତ ଭାରସାମ୍ୟ ହରାଇ ରାସ୍ତା କଡ଼ ରେ ଥିବା ଏକ ଗଛରେ ପିଟି ହୋଇଥିଲେ। । ତାଙ୍କ ମୁହଁ ଏବଂ ଗୋଡ଼ ରେ ଗଭୀର ଆଘାତ ଲାଗିଥିଲା । ଏହା ପରେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଜୁନାଗଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଉକ୍ତ କାର ରେ ତାଙ୍କ କାକା ତ୍ରିନାଥ ମୁଣ୍ଡ ମଧ୍ୟ୍ୟ ଥିଲେ । ସେ ମଧ୍ୟ  ଆହତ ହୋଇଛନ୍ତି ।

Leave a Reply

Your email address will not be published.