Thursday , June 1 2023
Breaking News
Home / ବିଶେଷ / ଦୁଇ  ଅଭିଯୁକ୍ତ କୋର୍ଟ ଚାଲାଣ , ମୋବାଇଲ ଓ ମଟର ସାଇକଲ ଜବତ

ଦୁଇ  ଅଭିଯୁକ୍ତ କୋର୍ଟ ଚାଲାଣ , ମୋବାଇଲ ଓ ମଟର ସାଇକଲ ଜବତ

ଜୁନାଗଡ଼ , ୦୭/୧୧/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- ଜୁନାଗଡ଼ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଣ୍ଡା କୁଟ୍ରା ସାପ୍ତାହିକ ହାଟ ନିକଟରେ ଜୈନେକ ଯୁବକକୁ ଦୁର୍ବୃତ ମାନେ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ମଟର ସାଇକଲ ଲୁଟିନେବା  ଘଟଣାରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ  ଗିରଫ କରଯାଇଥିବାବେଳେ  ମଟର ସାଇକଲ ମଧ୍ୟ ଉଦ୍ଧାର ହୋଇଥିବା ଜଣାପଡିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୪ ତାରିଖ ରେ ଚିଚୈ ଗୁଡ଼ା ଗ୍ରାମର ହେମନ୍ତ ମେହେର ଓ ଭାଇ ସୁମନ୍ତ ମେହେର ଧର୍ମଗଡ ରୁ ନିଜ ଗ୍ରାମକୁ ଫେରୁ ଥିଲେ । ହେଲେ ଠିକ୍ ବଣ୍ଡାକୁଟୁରା ଗ୍ରାମ ନିକଟ ସାପ୍ତାହିକ ହାଟ ଦେଇ ମଟର ସାଇକଲ ରେ ଆସୁଥିବା ବେଳେ ହଠାତ୍ ୮ ଜଣ ବ୍ୟକ୍ତି ଅତର୍କିତ ଆକ୍ରମଣ କରି ମୋବାଇଲ ଫୋନ୍ ,ମଟର ସାଇକଲ ଓ ଟଙ୍କା ଛଡ଼ାଇ ନେଇ ନିର୍ଦ୍ଧୁମ ପିଟିଥିଲେ ଏବଂ ଘଟଣା ସ୍ଥଳରୁ ଫେରାର ହୋଇଥିଲେ । ଏନେଇ ହେମନ୍ତ ଜୁନାଗଡ଼ ଥାନାରେ ଅଭିଯୋଗ କରିଥିଲେ ।  ଜୁନାଗଡ଼ ପୋଲିସ ପ୍ରେମା ନନ୍ଦ ବେହେରା (୩୫) ବାବୁପଦ ଜୁନାଗଡ଼ ଓ ଯଶୋବନ୍ତ ନାଏକ (୨୬) ଚାର୍ଭାଟି ଗ୍ରାମର ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତାଙ୍କଠାରୁ  ୪ଟି ମୋବାଇଲ ଫୋନ୍ ଓ ୪ ଟି ମଟର ସାଇକଲ ଜବତ କରିଥିବା ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ସୂଚନା ଦେଇଛନ୍ତି । ଏବେବି ୬ ଜଣ ଅଭିଯୁକ୍ତ ଫେରାର ଥିବା ବେଳେ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ପ୍ରକାଶ କରିଛି ।

Leave a Reply

Your email address will not be published.